‘ଆଦିପୁରୁଷ’ର ୧୦ହଜାର ଟିକେଟ କି‌ଣି ଅବହେଳିତ ପିଲାଙ୍କୁ ବାଣ୍ଟିବେ ରଣବୀର !

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ପୌରାଣିକ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ଚର୍ଚ୍ଚାରେ ରହିଛି। ସୁପରଷ୍ଟାର ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ଦର୍ଶକ ଦିନ ଗଣିବା ଆରମ୍ଭ ହୋଇସାରିଛି। ଫିଲ୍ମର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତେ‌ ବଢ଼ୁଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିବା ବେଳେ ଅଭିନେତା ରଣବୀର କପୁର ଫିଲ୍ମର ୧୦ହଜାର ଟିକେଟ୍ କିଣିଥିବା ସାମ୍ନାକୁ ଆସିଛି।

କିଛି ଦିନ ତଳେ ‘ ଦି କଶ୍ମୀର ଫାଇଲ୍ସ’ର ନିର୍ମାତା ଅଭିଷେକ ଅଗ୍ରୱାଲ ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ଯେ ସେ ଅବହେଳିତ ପିଲାମାନଙ୍କୁ ‘ଆଦିପୁରୁଷ’ର ୧୦,୦୦୦ଟିକେଟ୍ ବଣ୍ଟନ କରିବେ। ସେ ପ୍ରଭୁ ରାମଙ୍କ ନାମରେ ଏହା କରିବେ ବୋଲି କହିଥିଲେ। ବର୍ତ୍ତମାନ ରଣବୀର କପୁର ମଧ୍ୟ ‘ଆଦିପୁରୁଷ’କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ରଣବୀର କପୁର, ପ୍ରଭାସ, କ୍ରିତି, ସୈଫ ଅଲୀ ଖାନଙ୍କ ଅଭିନୀତ ‘ଆଦିପୁରୁଷ’ର ୧୦,୦୦୦ ଟିକେଟ୍ କିଣି ଅବହେଳିତ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରିବ।

 

View this post on Instagram

 

A post shared by Abhishek Agarwal (@abhishekofficl)

ତେବେ ଏହି ଖବର ଉପରେ ରଣବୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ତେଣୁ ଏଥିରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର