‘ଆଦିପୁରୁଷ’ ବନାମ ‘ରକ୍ଷାବନ୍ଧନ’

ଏବେଠାରୁ ତାରିଖ ନିର୍ଦ୍ଧାରିତ ହେଇସାରିଲାଣି। ଅବଶ୍ୟ ବଲିଉଡ୍‌ରେ ଏହା କିଛି ନୂଆ ଟ୍ରେଣ୍ଡ ନୁହେଁ। କୌଣସି ନୂଆ ସିନେମା ରିଲିଜ୍‌ କରିବାର ବହୁ ପୂର୍ବରୁ ଏଥିପାଇଁ ଶୃଙ୍ଖଳାଗତ ଭାବେ ଆବେଦନ କରିବାକୁ ହୁଏ। ସେହିକ୍ରମରେ ଆଗାମୀ ୨୦୨୨ ମସିହା ସ୍ବାଧୀନତା ଦିବସ ଅବସରରେ ‘ଆଦିପୁରୁଷ’ ଓ ‘ରକ୍ଷାବନ୍ଧନ’ ଦୁଇ ଚଳଚ୍ଚିତ୍ରକୁ ମୁକ୍ତିଲାଭ ପାଇଁ ସ୍ବୀକୃତି ମିଳିଯାଇଛି। ‘ଆଦିପୁରୁଷ’ରେ ବାହୁବଳୀ ଫେମ୍ ଆକ୍ଟର ପ୍ରଭାସ ମୁଖ୍ୟ ଚରିତ୍ରରେ ଥିବାବେଳେ ‘ରକ୍ଷାବନ୍ଧନ’ରେ ଅକ୍ଷୟ କୁମାର ନାୟକ ସାଜିଛନ୍ତି।

ରାମାୟଣ କଥାବସ୍ତୁକୁ ନେଇ ‘ଆଦିପୁରୁଷ’ର କାହାଣୀ ପର୍ଯ୍ୟବସିତ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ। ଏଥିରେ ପ୍ରଭାସ ଶ୍ରୀରାମ ଏବଂ ସନ୍ନି ସିଂହ ଲକ୍ଷ୍ମଣଙ୍କ ଭୂମିକାରେ ଥିବା ବେଳେ ସୀତା ଭୂମିକାରେ କ୍ରିତି ସାନନ୍ ଓ ରାବଣ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ସୈଫ୍ ଅଲ୍ଲୀ ଖାନ୍। ଭୂଷଣ କୁମାର ଓ କ୍ରିଷନ୍ କୁମାର ଏହାର ପ୍ରଯୋଜନା କରିଥିବା ବେଳେ ପ୍ରଯୋଜନାରେ ଟି-ସିରିଜ୍, ଓମ୍ ରାଉତ, ପ୍ରସାଦ ସୂତାର ଏବଂ ରାଜେଶ ନାୟାର ପ୍ରମୁଖଙ୍କ ସହଭାଗିତା ରହିଛି।

ଏପାଖେ ‘ରକ୍ଷାବନ୍ଧନ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍. ରାୟ। ଜି ଷ୍ଟୁଡିଓଜ୍, ଆନନ୍ଦ ଏଲ. ରାୟ, ଆଲକା ହୀରାନନ୍ଦିନୀ ପ୍ରମୁଖଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମୁଖ୍ୟ ଚରିତ୍ରରେ ଥିବାବେଳେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଭୂମି ପେଡନେକର।

ସମ୍ବନ୍ଧିତ ଖବର