ମୁମ୍ବାଇ: ସନ୍ନି ଲିଓନଙ୍କ ରାସ୍ତାରେ ଯିବାର ନିଷ୍ପତ୍ତି ନେଇଛନ୍ତି ଅଦିତି ରାଓ ହାଇଦରୀ। ହଁ ସେ ବି ସନ୍ନି ଲିଓନଙ୍କ ଭଳି ଦକ୍ଷିଣ ଭାରତୀୟ ସିନେମାକୁ ମୁହାଁଇଛନ୍ତି। ସନ୍ନି ଲିଓନଙ୍କୁ ବଲିଉଡରେ ଭଲ ଅଫର୍ ନ ମିଳିବା ହେତୁ ସାଉଥ୍କୁ ଯାଇଛନ୍ତି।
ଏବେ ଅଦିତି ରାଓ ହାଇଦରୀ ମଧ୍ୟ ଅନୁରୂପ ଯୋଜନା କରିଛନ୍ତି। ନିକଟରେ ଅଦିତି ତେଲୁଗୁ ସିନେମା ‘ସମ୍ମୋହନମ୍’ ରେ ଡେବ୍ୟୁ କରିଛନ୍ତି। ଏହା ଏକ ବ୍ଲକବଷ୍ଟର ଫିଲ୍ମ ସାବ୍ୟସ୍ତ ହୋଇଛି। ଏହାପରେ ତାଙ୍କ ପାଖକୁ ଭଲ ଭଲ ବ୍ୟାନରର ତେଲୁଗୁ ଫିଲ୍ମ ପାଇଁ ଅଫର୍ ଆସୁଛି। ଇତିମଧ୍ୟରେ ଦୁଇଟି ନୂଆ ସିନେମା ସାଇନ୍ କରିଥିବା ଚର୍ଚ୍ଚା ହେଉଛି। ଏଥି ମଧ୍ୟରେ ଗୋଟିଏ ତେଲୁଗୁ ଓ ଅନ୍ୟଟି ତାମିଲ ଭାଷାରେ ନିର୍ମିତ ହେବ। ଅଦିତିଙ୍କ ଅଭିନୀତ ତାମିଲ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ମଣିରତ୍ନମ୍। ଏଥିରେ ତାଙ୍କ ବିପକ୍ଷରେ ‘ରୋଜା’ ଫେମ୍ ଅରବିନ୍ଦ ସ୍ୱାମୀ ଅଛନ୍ତି ନାୟକ ଭୂମିକାରେ।/sambad/media/post_attachments/wp-content/uploads/2018/07/aditi-bollywood-bee-300x200.jpg)
ଅଦିତି ରାଓ ହାଇଦରୀ ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଲ୍ଲୀ-୬’ ରୁ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ୟେ ଶାଲି ଜିନ୍ଦେଗି, ରକ୍ଷ୍ଟାର, ଖୁବ୍ସୁରତ୍, ଓ୍ଵାଜିର, ଭୂମି ଏବଂ ପଦ୍ମାବତ୍ ଆଦି ଲୋକପ୍ରିୟ ହିନ୍ଦୀ ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Sunny-Leone0.jpg)