କାହିଁକି ଦୁଃଖିତ ଅଛନ୍ତି ଅଦିତି ?

ତାମିଲ ସିନେମା ଶୃଙ୍ଗାରମ୍‌ ଜରିଆରେ ସିନେ ଅଭିନୟରେ ପାଦ ପକାଇଥିବା ଅଦିତି ରାଓ ହାଇଦରୀ ଇତିମଧ୍ୟରେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫିଲ୍ମ ମଧ୍ୟରେ ରହିଛି ଦିଲ୍ଲୀ-୬,ୟେ ସାଲି ଜିନ୍ଦେଗି,ରକଷ୍ଟାର୍‌,ଖୁବସୁରତ୍‌,ବଜିର୍‌‘ଭୂମି’ଏବଂ ଫିତୁର୍‌ ଇତ୍ୟାଦି।

ତେବେ ସେ ଅଜିକାଲି ଖୁବ୍‌ ଦୁଃଖିତ ଥିବା ଜଣାଯାଇଛି। ଏହାର କାରଣ ହେଲା ତାଙ୍କର ବହୁ ପ୍ରତୀକ୍ଷିତ ସିନେମା ଭୂମି ଭଲ ଚାଲିଲାନି। ଏହା ତାଙ୍କ ହୃଦୟର ନିକଟତର ବୋଲି ଅଦିତି କହନ୍ତି। ଏଣେ ଅଦିତି କମ୍‌ ସଂଖ୍ୟକ ହିନ୍ଦୀ ସିନେମାରେ କାହିଁକି ନଜର ଆସୁଛନ୍ତି ବୋଲି ପ୍ରଶ୍ନ କରାଯିବାରୁ ସେ କହିଲେ ଯେକମ୍‌ ସଂଖ୍ୟକ ହିନ୍ଦୀ ସିନେମାରେ କାମ କରିବାର ଅନ୍ୟ ଏକ କାରଣ ହେଲା ଯେ ସେ ସାଉଥରେ ବି ବ୍ୟସ୍ତ ଅଛନ୍ତି।

ଏଠାରେ ସୂଚନାଯୋଗ୍ୟ କି ଅଦିତିଙ୍କୁ ଦର୍ଶକ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମରେ ଦେଖିବାକୁ ପାଇବେ। ଯେଉଁଥିରେକି ତାଙ୍କୁ ରଣବୀର ସିଂହଙ୍କ ଅପୋଜିଟ୍‌ରେ ଦେଖିବାକୁ ମିଳିବ।ଏଥିରେ ମୁସଲ୍‌ମାନ୍‌ ମହିଳା ଭୂମିକା ନିଭାଇଛନ୍ତି ଅଦିତି।ତେବେ ଏହି  ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଅଦିତି ରାଓ ହାଇଦରୀ।ସେ ବେଶୀ ସଂଖ୍ୟକ ଅପେକ୍ଷା ଭଲ ସିନେମାରେ କାମ କରିବା ପାଇଁ ଅଧିକ ଆଗ୍ରହୀ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର