ଆଦିତ୍ୟ ନାରାୟଣ ଓ ପତ୍ନୀ ଶ୍ବେତା ଅଗ୍ରୱାଲ୍‌ କରୋନା ପଜିଟିଭ୍ ‌

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍‌ ହୋଷ୍ଟ୍‌ ତଥା କ‌ଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ଶ୍ବେତା ଅଗ୍ରୱାଲ୍‌ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ଆଦିତ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରି ମାର୍ଚ ୩ ତାରିଖରେ ସୂଚନା ଦେଇଛନ୍ତି। ସେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ପଜିଟିଭ୍‌ ହେବା ସୂଚନା ଦେବା ସହ ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଆଦିତ୍ୟଙ୍କୁ କରୋନା ହୋଇଥିବାରୁ ଏ ସପ୍ତାହରେ ଇଣ୍ଡିଆନ୍ ଆଇଡଲ୍‌ର ସିଜିନ୍‌ ୧୨କୁ ଜୟ ଭାନୁସାଲି ହୋଷ୍ଟ୍‌ କରିବେ।

ପୂର୍ବରୁ ଆଦିତ୍ୟ ଓ ତାଙ୍କ ପତ୍ନୀ କଶ୍ମୀର ବୁଲି ଯାଇଥିବା ବେଳର ଏକ ଫଟୋକୁ ଇନ୍‌ଷ୍ଟାରେ ସେୟାର କରି ଆଦିତ୍ୟ ଲେଖିଛନ୍ତି, ‘ସମସ୍ତଙ୍କୁ ହ୍ୟାଲୋ। ଦୁର୍ଭାଗ୍ୟକୁ ମୋ ପତ୍ନୀ ଶ୍ବେତା ଅଗ୍ରୱାଲ୍‌ ଓ ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଏବେ କ୍ବାରେଣ୍ଟାଇନ୍‌ରେ ଅଛୁ। ଦୟାକରି ସୁରକ୍ଷିତ ରୁହନ୍ତୁ। ପ୍ରୋଟୋକଲ୍‌ ମାନି ଚଳନ୍ତୁ ଓ ଆପଣଙ୍କ ପ୍ରାର୍ଥନାରେ ଆମକୁ ସାମିଲ୍‌ କରନ୍ତୁ।’

ଉଲ୍ଲେଖ‌ଯୋଗ୍ୟ, ୨୦୨୦ ଡିସେମ୍ବର ମାସରେ ଆଦିତ୍ୟ ଓ ଶ୍ବେତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ‘ଶାପିଥ’ ଚଳଚ୍ଚିତ୍ରରେ ଦୁହେଁ ଏକତ୍ର କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ରହିବା ପରେ ଶେ‌ଷ‌ରେ ସେ ଦୁହେଁ ପତି-ପତ୍ନୀ ହୋଇଛନ୍ତି।

ସମ୍ବନ୍ଧିତ ଖବର