ବିବାହ ସମୟରେ ଶ୍ବେତାଙ୍କୁ ମାଳ ପିନ୍ଧାଉ ଥିବା ବେଳେ ପାଇଜାମା ଫାଟିଯାଇଥିଲା ବୋଲି କହିଲେ ଆଦିତ୍ୟ

ମୁମ୍ବାଇ: ଡିସେମ୍ବର ୧ ତାରିଖରେ ପ୍ରସିଦ୍ଧ ଟେଲିଭିଜନ ହୋଷ୍ଟ୍‌ ତଥା ଅଭିନେତା ଆଦିତ୍ୟ ନାରାୟଣଙ୍କ ବିବାହ ହୋଇଥିଲା। କୋଭିଡ୍‌ କଟକଣା ସହ ବାନ୍ଧବୀ ଶ୍ବେତାଙ୍କୁ ବିବାହ କରିବା ପାଇଁ ପୂର୍ବରୁ ସୁପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିଲେ । ସୀମିତ ଅତିଥୀମାନଙ୍କ ଉପସ୍ଥିତିରେ ମୁମ୍ବାଇ ଇସ୍କନ ମନ୍ଦିରରେ ଆଦିତ୍ୟ ତାଙ୍କର ବାନ୍ଧିବୀ ‌ଶ୍ବେତାଙ୍କୁ ବିବାହ କରିଥିଲେ।

ବିବାହ ପୂର୍ବର(ପ୍ରି ୱେଡିଂ) ଆଦିତ୍ୟ ନାରାୟଣ ଓ ଶ୍ବେତାଙ୍କ ଅନେକ ଫଟୋ ଓ ଭିଡିଓ ସବୁ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହା ପୂର୍ବରୁ ଆଦିତ୍ୟଙ୍କ ବିବାହର ନିମନ୍ତ୍ରଣ କାର୍ଡ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାର ଦେଖିବାକୁ ମିଳିଥିଲା।

ଆଦିତ୍ୟ ଓ ଶ୍ବେତାଙ୍କ ବିବାହକୁ ଗୋଟିଏ ଦିନ ହୋଇଥିବା ବେଳେ ଟେଲିଭିଜନ ହୋଷ୍ଟ୍‌ ତଥା ଅଭିନେତା ଏକ ସାକ୍ଷାତକାରରେ ନିଜ ଅନୁଭବକୁ ବଖାଣିଛନ୍ତି।

ସାକ୍ଷାତକାରରେ ଆଦିତ୍ୟଙ୍କୁ ପଚାରା ଯାଇଥିବା ପ୍ରଶ୍ନର ଉତ୍ତର ସେ ଏପରି ଭାବେ ରଖିଥିଲେ…

Aditya Narayan And Shweta Agarwal's Wedding Functions Begin; Pictures From Tilak Ceremony Are Gorgeous | 1 दिसंबर को गर्लफ्रेंड श्वेता अग्रवाल से मंदिर में शादी करेंगे आदित्य नारायण ...

୧. ବିବାହ କେମିତି ଥିଲା?

ବିବାହ ଚମତ୍କାର ଥିଲା। କୋଭିଡ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ବହୁତ କମ୍ ସାଙ୍ଗ ଓ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିବାକୁ ପଡ଼ିଥିଲା। ବିବାହ ଇସ୍କନ ଜୁହୁରେ ହୋଇଥିଲା।

୨. ବିବାହର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ?

ମୋତେ ମୋ ସାଙ୍ଗର ପାଇଜାମା ପିନ୍ଧିବାକୁ ପଡିଥିଲା । ବିବାହ ସମୟରେ ଶ୍ୱେତାଙ୍କ ଉପରେ ଫୁଲମାଳ ପକାଇବା ସମୟରେ ସାଙ୍ଗମାନେ ମୋତେ ଉପରକୁ ଉଠାଉ ଥିବା ବେଳେ ପାଇଜାମା ଚିରି ଯାଇଥିଲା। ଆଗକୁ ଫେରା (ବେଦୀ ଚାରିପଟେ ବୁଲିବା) ଥିବାରୁ ମୋତେ ସାଙ୍ଗର ପାଇଜାମା ହିଁ ପିନ୍ଧିବାକୁ ପଡ଼ିଲା। ସେ ମୋ ପାଇଜାମା ଡିଜାଇନ ଭଳି ତିଆରି କରିଥିଲା।

୩. ବିବାହିତ ହେବା ପରେ କିପରି ଅନୁଭବ ହେଉଛି?

ବହୁତ ଭଲ ଲାଗୁଛି। ଆମେ ଭାଗ୍ୟବାନ ଯେ ପରସ୍ପରକୁ ପାଇ ପାରିଛୁ। ଅନେକ ବର୍ଷ ଧରି ଏକାଠି ଭଲ ବନ୍ଧୁଭାବେ ରହି ଆସିଥିଲୁ।

୪. ଆପଣ ଶ୍ୱେତାଙ୍କ ସହିତ କେଉଁସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି କି?

ମୁଁ ଆନ୍ଧେରିରେ ନିଜର ଏକ ନୂତନ ୫ବିଏଚକେ ଘର କିଣିଛି। ବର୍ତ୍ତମାନ ଆମେ ସେଠାରେ ୩ରୁ ୪ମାସ ରହିବୁ। ତିନିଟି କୋଠା ପରେ ଆମ ପରିବାର ବସବାସ କରନ୍ତି।

Aditya Narayan: Now that I am married, it feels like a dream, which has come true - Times of India

୫. ତୁମ ବାପା (ଉଦିତ ନାରାୟଣ) ଖୁସି?

ହଁ, ସେ ବହୁତ ଖୁସି ଅଛନ୍ତି । ମୁଁ ଏକମାତ୍ର ପୁଅ। ଏବଂ ମୋର ପିତାମାତା ମୋତେ ବିବାହ କରାଇବାକୁ ଅପେକ୍ଷା କରିଥିଲେ |

୬. ତୁମେ ତୁମର ଆଲମିରାର ୫୦ ପ୍ରତିଶତ ସ୍ଥାନ ନିଜ ପତ୍ନୀଙ୍କୁ ଦେଇଛ କି?

୭୦ରୁ ୩୦ ପ୍ରତିଶତ ଦେଇଛି। କାରଣ ମୋତେ ବେଶୀ ସ୍ଥାନ ଆବଶ୍ୟକ ପଡେ ନାହିଁ।

୭. ହନିମୁନ୍ ଯୋଜନା?

ହନିମୁନ୍ ହେଉଛି ଏକ ବିସ୍ତୃତ ପର୍ଯ୍ୟାୟ | ଯେହେତୁ ସୁଟିଂ ପାଇଁ ମୋତେ ପ୍ରତି ସପ୍ତାହରେ ମୁମ୍ବାଇ ଫେରିବାକୁ ପଡିବ। ତେଣୁ କିଛି ପାଖପାଖ ସ୍ଥାନକୁ ବାଛିଛୁ।

ସମ୍ବନ୍ଧିତ ଖବର