ମୁମ୍ବାଇ: ଯେତେବେଳେ ସେଲିବ୍ରେଟିମାନେ କିଛି ନିଷ୍ପତ୍ତି ନେଇଥାନ୍ତି ତାହା ପଛରେ ନିଶ୍ଚୟ କିଛି ଗୋ‌ଟେ ବଡ଼ କାରଣ ରହିଥାଏ। ଆପଣ ଜାଣିନଥିବେ ହୁଏତ ଦୀର୍ଘ ୧୫ ବର୍ଷ ଧରି ଟିଭି ରିୟାଲିଟି ସୋ’ରେ ହୋଷ୍ଟିଂ କରୁଥିବା ଆଦିତ୍ୟ ନାରାୟଣ ଏବେ ସେହି କାମରୁ ନିବୃତ ହୋଇଛନ୍ତି। ତେବେ ଆପଣ ଜାଣନ୍ତି କି ଦୀର୍ଘ ବର୍ଷ ଧରି ସାରେଗାମାପା ଓ ଇଣ୍ଡିଆନ୍‌ ଆଇଡଲ୍‌ ପରି ରିୟାଲିଟି ସୋ’ରେ କାମ କରୁଥିବା ଆଦିତ୍ୟ ହୋଷ୍ଟିଂ କାହିଁକି ଛାଡ଼ିଲେ?

Advertisment

ଅଚାନକ ଆଦିତ୍ୟ ସାମାଜିକ ଗଣମାଧ୍ୟମ‌ରେ ଏକ ପୋଷ୍ଟ୍‌ କରି ହୋଷ୍ଟିଂ ଛାଡ଼ିବା କଥା ଘୋଷଣା କରିଛନ୍ତି। ତାଙ୍କ କହିବା କଥା ହେଲା ସେ ଏବେ ‌ହୋଷ୍ଟିଂ ନୁହେଁ ବରଂ ଫିଟ୍‌ନେସ୍‌ ଓ ସଂଗୀତ ଉପରେ ଧ୍ୟାନ ଦେବେ।

ସେ ଆହୁରି ବି କହିଛନ୍ତି କି ସେ ନିଜ ପତ୍ନୀ ଓ ଝିଅଙ୍କୁ ବି ସମୟ ଦେବାକୁ ଚାହାନ୍ତି, ଯାହାକି ହୋଷ୍ଟିଂ ବୃତ୍ତିରେ ରହି କରି ଦେଉନାହିଁ। ତାହା ବ୍ୟତୀତ ସବୁଠାରୁ ବଡ଼ କଥା ହେଉଛି ପାରିଶ୍ରମିକ। ଆଦିତ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ହୋଷ୍ଟିଂରେ ଯେତିକି ଟଙ୍କା ରୋଜଗାର କରୁଛନ୍ତି ତାଠାରୁ ଅଧିକ ଟଙ୍କା ତାଙ୍କୁ କେଉଁ ଚ୍ୟାନେଲ୍‌ ଦେବ ନାହିଁ।