ଏଭଳି ବଦ୍‌ନାମ ହୋଇଥିଲେ ବଲିଉଡ଼୍‍ର ଏହି ପ୍ରସିଦ୍ଧ ଗୀତିକାରଙ୍କ ପୁଅ, କେବେ ବିମାନବନ୍ଦରରେ ଗାଳି କରିବାକୁ ନେଇ ତ କେବେ ଝିଅଙ୍କ ଠାରୁ ମାଡ଼ ଖାଇବାକୁ ନେଇ ରହିଥିଲେ ଚର୍ଚ୍ଚାରେ

ମୁମ୍ବାଇ: ଗୀତିକାର, ଅଭିନେତା ଏବଂ ଟିଭି ହୋଷ୍ଟ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି ବଲିଉଡ୍‌ର ଲୋକପ୍ରି୍ରୟ ଗୀତିକାର ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ । ବଲିଉଡ୍‌ର ୩ଜଣ ଖାନ୍‌ଙ୍କ ସହ କାମ କରି ସାରିଥିବା ଆଦିତ୍ୟ ବିଭିନ୍ନ କାରଣକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ଶିଶୁ କଳାକାର ଭାବରେ ତାଙ୍କୁ ଅନେକ ଫିଲ୍ମରେ ଦର୍ଶକେ ଦେଖି ସାରିଛନ୍ତି । ଆଦିତ୍ୟଙ୍କ ବାପା ଉଦିତ୍‌ ନାରାୟଣ ସଙ୍ଗୀତ ଜଗତରେ ନିଜର ଏକ ଅପୂରଣୀୟ ସ୍ଥାନ ବନାଇଥିବା ବେଳେ ଆଦିତ୍ୟ ନିଜକୁ ସେତିକି ସଫଳ କରି ପାରି ନାହାନ୍ତି । କୌଣସି ଭଲ କାମ ପାଇଁ ଚର୍ଚ୍ଚାରେ ରହିବା ପରିବର୍ତ୍ତେ କିଛି ବର୍ଷ ମଧ୍ୟରେ ସେ ଅନେକ ବିବାଦର ଶିକାର ହୋଇଛନ୍ତି । ୨୦୧୭ରେ ରାୟପୁର ବିମାନବନ୍ଦରରେ ସେ ଜଣେ ଏୟାରଲାଇନ୍‌ କର୍ମଚାରୀଙ୍କ ଉପରେ ବିନା କାରଣରେ ରାଗୁଥିବାର ଦେଖା ଯାଇଥିଲା ।

The Financial Express

ସେ ନେଉଥିବା ଲଗେଜ୍‌ର ଓଜନ ଅଧିକ ଥିବାରୁ ତାଙ୍କୁ ଲଗେଜ୍‌ ନେବା ପାଇଁ ମନା କରାଯାଇଥିଲା । ଯାହା ପରେ ସେ ଝଗଡ଼ା କରିବାକୁ ଲାଗିଥିଲେ । ୨୦୧୧ମସିହାରେ ଆଦିତ୍ୟ ନାରାୟଣଙ୍କୁ ଜଣେ ଯୁବତୀ ଚାପୁଡ଼ା ମାରିଥିବାର ଖବର ଆସିଥିଲା । ନିଶାଗ୍ରସ୍ତ ଅବସ୍ଥାରେ ଆଦିତ୍ୟ ଯୁବତୀଙ୍କ ସହ ଅସଦାଚରଣ କରିଥିବାରୁ ଏପରି ଘଟିଥିବା ଜଣା ପଡ଼ିଥିଲା । କିନ୍ତୁ ପରେ ଏପରି କିଛି ଘଟିଥିବା ନେଇ ମନା କରି ଦେଇଥିଲେ ଆଦିତ୍ୟ ।

ସମ୍ବନ୍ଧିତ ଖବର