କଙ୍ଗନାଙ୍କ ଯୌନ ଶୋଷଣ ଅଭିଯୋଗକୁ ମିଛ ବୋଲି କହି ତାଙ୍କ ବିରୋଧରେ ଏତଲା ଦେଲେ ଆଦିତ୍ୟ ପାଞ୍ଚୋଲି, ପ୍ରମାଣ ଆକାରରେ ଦେଲେ ଭିଡିଓ ଏବଂ ଫୋନ କଲ୍‌ ରେକର୍ଡିଂ

ମୁମ୍ବାଇ : ସମୟ ସହ ଥମିବା ପରିବର୍ତ୍ତେ ଅଭିନେତା ଆଦିତ୍ୟ ପାଞ୍ଚୋଲି ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ମଧ୍ୟରେ ଥିବା ବିବାଦ ବଢ଼ିବାରେ ଲାଗିଛି । ପୂର୍ବରୁ ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ କିଛି ବର୍ଷ ପରେ ସେହି ପୁରୁଣା ବିବାଦ ପୁଣି ମୁଣ୍ଡ ଟେକିଛି । କଙ୍ଗନାଙ୍କ ଅଭିଯୋଗକୁ ନେଇ ଆଦିତ୍ୟ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଜଣାପଡ଼ିଛି ।

The Economic Times

କିଛି ବର୍ଷ ତଳେ କଙ୍ଗନା ଆଦିତ୍ୟଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏହାକୁ ମିଛ ବୋଲି କହିି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦିତ୍ୟ ଏତଲା ରୁଜୁ କରିଛନ୍ତି । ବର୍ସୋବା ପୁଲିସ ଷ୍ଟେସନରେ ଆଦିତ୍ୟ ଏତଲା ରୁଜୁ କରିବା ସହ ପ୍ରମାଣ ଆକାରରେ ଭିଡିଓ ଏବଂ କଲ୍‌ ରେକର୍ଡିଂ ଦେଇଥିବା ଜଣାପଡ଼ିଛି । ତେବେ କେବଳ ଆଦିତ୍ୟଙ୍କ ସହ ନୁହେଁ, ବଲିଉଡ୍‌ରେ ପ୍ରାୟ ସମସ୍ତଙ୍କ ବିରୋଧରେ କହି ବିବାଦରେ ରହି ଆସିଛନ୍ତି କଙ୍ଗନା ।

ସମ୍ବନ୍ଧିତ ଖବର