ଖୁବ୍‌ ଶୀଘ୍ର ନିଜ ପ୍ରେମିକାଙ୍କୁ ବିବାହ କରିବେ ଆଦିତ୍ୟ ରଏ କପୁର!

ମୁମ୍ବାଇ : ୨୦୦୯ରେ ଫିଲ୍ମ ଲଣ୍ଡନ ଡ୍ରିମ୍ସରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଦିତ୍ୟ ରଏ କପୁର । ଏହା ପରେ ଫିଲ୍ମ ଆଶିକି-୨ କରିବା ପରେ ସେଥିରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସେ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏବେ ଆଦିତ୍ୟଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍‌ ଶୀଘ୍ର ସେ ତାଙ୍କ ପ୍ରେମିକା ଦିବା ଧଓ୍ଵନଙ୍କୁ ବିବାହ କରିବେ ବୋଲି ଜଣା ପଡ଼ିଛି । ଦିବା ପେସାରେ ଜଣେ ମଡେଲ ହୋଇଥିବା ବେଳେ ଦୁହେଁ ପରସ୍ପରକୁ ଡେଟ୍‌ କରିବା ଖବରକୁ ଗୁଜବ ବୋଲି କହି ଆସିଛନ୍ତି ।

Image result for aditya-roy-kapur-marry-diva-dhawan
The Live Mirror

କିଛି ଦିନ ତଳେ, ଦିବା ମୋର ଜଣେ ଭଲ ବନ୍ଧୁ । ସେ ବହୁତ ଭଲ । ମୁଁ ତାଙ୍କୁ ଏକ ଫ୍ୟାଶନ ସୋ’ରେ ଦେଖିଥିଲି, ଯାହା ପରେ ଆମେ ଭଲ ବନ୍ଧୁ ହୋଇ ଯାଇଥିଲୁ । ଦିନେ ତାଙ୍କ ସହ ମୁଁ ରାତ୍ରି ଭୋଜନ ପାଇଁ ଯାଇଥିବା ବେଳେ ଆମ ଦୁହିଁଙ୍କର ସାଥୀରେ ଫଟୋ ଭାଇରାଲ ହୋଇ ଯାଇଥିଲା । କିନ୍ତୁ ଆମ ଦୁହିଁଙ୍କ ମଧ୍ୟରେ କିଛି ସେଭଳି ନାହିଁ । ଆମେ କେବଳ ଭଲ ବନ୍ଧୁ ବୋଲି କହିଥିଲେ ଆଦିତ୍ୟ । କିନ୍ତୁ ଦୁହେଁ ନିଜର ସଂପର୍କକୁ ବ୍ୟକ୍ତିଗତ ରଖି ୨୦୨୦ରେ ବିବାହ କରିବାର ଯୋଜନା ରଖିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର