ଜାଣନ୍ତୁ କ’ଣ ପାଇଁ ନିଜକୁ ‘ଆକ୍ସିଡେଣ୍ଟାଲ ଆକ୍ଟର’ ବୋଲି କହିଲେ ଆଦିତ୍ୟ ରଏ କପୁର

ମୁମ୍ବାଇ : ବୁଧବାର ରିଲିଜ୍‌ ହୋଇଛି ଫିଲ୍ମ ‘କଲଙ୍କ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ସଞ୍ଜୟ ଦତ୍ତ, ବରୁଣ ଧଓ୍ଵନ, ଆଦିତ୍ୟ ରଏ କପୁର, ଅଭିନେତ୍ରୀ ଆଲିଆ ଭଟ୍ଟ, ମାଧୁରୀ ଦିକ୍ଷିତ୍‌ ଏବଂ ସୋନାକ୍ଷା ସିହ୍ନା । ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ଭଲ ବ୍ୟବସାୟ କରିଥିବା ବେଳେ ଫିଲ୍ମର ସମୟ ଅବଧିକୁ ନେଇ ଲୋକେ ନିରାଶ ହେଉଥିବା ଜଣା ପଡ଼ିଛି । ତେବେ ଏ ମଧ୍ୟରେ କଲଙ୍କ ଅଭିନେତା ଆଦିତ୍ୟ ରଏ କପୁର ନିଜକୁ ‘ଆକ୍ସିଡେଣ୍ଟାଲ ଆକ୍ଟର’ ବୋଲି କହି ଚର୍ଚ୍ଚାକୁ ଆହୁରି ବଢ଼ାଇଛନ୍ତି ।

The Asian Age

ତାଙ୍କ କହିବା ଅନୁଯାୟୀ, ସମସ୍ତଙ୍କ ଭଳି ଜଣେ ଅଭିନେତା ହେବାର ମୋର କୌଣସି ଇଚ୍ଛା ନଥିଲା । ଚ୍ୟାନେଲ ଭିରେ ଭିଡିଓ ଜକି ଥିବା ବେଳେ ୨୦୦୮ରେ ବିପୁଲ ଶାହା ମୋତେ  ପ୍ରଥମ ଫିଲ୍ମର ଅଫର ଦେଇଥିଲେ । ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସୁ ଆସୁ ଆସି ଯାଇଥିଲି । ସେଥିପାଇଁ ମୁଁ ନିଜକୁ ‘ଆକ୍ସିଡେଣ୍ଟାଲ ଆକ୍ଟର’ ବୋଲି କୁହେ । କିନ୍ତୁ ଆସିବା ପରେ ଧୀରେ ଧୀରେ ମୋତେ ଏହି ଇଣ୍ଡଷ୍ଟ୍ରି ଭଲ ଲାଗିବା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଆଦିତ୍ୟ ।

ସମ୍ବନ୍ଧିତ ଖବର