‘ଲାଇଫ୍‌ ଇନ୍‌ ମେଟ୍ରୋ’ର ସିକ୍ୱେଲ୍‌ରେ ଏଣ୍ଟ୍ରି ନେଲେ ଏହି ନାମୀ ଅଭିନେତା!

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ ବସୁ ପ୍ରାୟ ୧୧ ବର୍ଷ ତଳେ ନିର୍ମାଣ କରିଥିଲେ ‘ଲାଇଫ୍‌ ଇନ୍‌ ଏ ମେଟ୍ରୋ’। ୨୦୦୭ରେ ରିଲିଜ୍‌ ହୋଇଥିବା ଏହି ସିନେମାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ ଅନୁରାଗ ଏହାର ସିକ୍ୱେଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି।
‘ଲାଇଫ୍‌ ଇନ୍‌ ଏ ମେଟ୍ରୋ’ର ସିକ୍ୱେଲ୍‌ ପାଇଁ ଲିଡ୍‌ ଆକ୍ଟର ସନ୍ଧାନରେ ଅଛନ୍ତି ଅନୁରାଗ ବାସୁ। ନିକଟରେ ସେ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହିତ ଆଲୋଚନା କରିଛନ୍ତି। ଶୁଣିବାକୁ ମିଳୁଛି ଯେ,ଆଦିତ୍ୟ ଏହାର କାହାଣୀ ଶୁଣିବା ପରେ ରାଜି ହୋଇଛନ୍ତି।
‘ଆଶିକୀ-୨’ଭଳି ବ୍ଲକବଷ୍ଟର ହିଟ୍‌ ମୁଭି ଦେଇଥିବା ଆଦିତ୍ୟ କପୁରଙ୍କ ବିପକ୍ଷରେ ଦଙ୍ଗଲ ଗର୍ଲ ଫାତିମା ସନା ଶେଖ୍‌ଙ୍କୁ ନିଆଯିବ ବୋଲି ଚର୍ଚ୍ଚା ହେଉଛି। ଏଥିରେ ତାପସୀ ପନ୍ନୁ ବି ନଜର ଆସିବେ ବୋଲି କୁହାଯାଉଛି। ‘ଲାଇଫ୍‌ ଇନ୍‌ ଏ ମେଟ୍ରୋ’ର ସିକ୍ୱେଲ୍‌ ରେ ସୋନାକ୍ଷୀ ସିହ୍ନା,ସୈଫ୍‌ ଅଲ୍ଲୀ ଖାନ୍‌,ଅଭିଷେକ ବଚ୍ଚନ ଓ ରାଜ କୁମାର ରାଓଙ୍କ ଭଳି କଳାକାର ବି ଅଭିନୟ କରିବେ।

ଏଠାରେ ସୂଚନାଯୋଗ୍ୟ ଯେ,ଆଦିତ୍ୟ ରୟ କପୁର ଏବେ ନିଜର ଅନ୍ୟ ଦୁଇଟି ସିନେମାକୁ ନେଇ ଉତ୍ସାହିତ ଅଛନ୍ତି। ଏ ଦୁଇଟି ସିନେମା ହେଲା ‘କଳଙ୍କ୍‌’ଓ ‘ସଡକ୍‌-୨’।

ସମ୍ବନ୍ଧିତ ଖବର