ବର୍ଷ ବର୍ଷ ଟଙ୍କା ସଞ୍ଚି ଘର କିଣିଲେ ଆଦିତ୍ୟ

କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଟଙ୍କା ସଞ୍ଚୟ କରି ନିଜ ସ୍ବପ୍ନର ଘର କିଣିଛନ୍ତି। ଏଥିପାଇଁ ସେ ନିଜ ବାପା ତଥା ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କଠାରୁ ଟଙ୍କାଟିଏ ବି ନେଇନାହାନ୍ତି। ମୁମ୍ବାଇ ଅନ୍ଧେରୀରେ ସେ ୫-ବିଏଚ୍‌‌କେର ଏକ ଫ୍ଲାଟ୍‌ କିଣିଛନ୍ତି। ଏହା ତାଙ୍କ ବାପା, ମା’ଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂରରେ ହୋଇଥିବାରୁ ଆଦିତ୍ୟ ଏନେଇ ଖୁସିବ୍ୟକ୍ତ କରିଛନ୍ତି। ଆଉ ୩/୪ମାସ ପରେ ପତ୍ନୀ ଶ୍ବେତା ଅଗ୍ରୱାଲ୍‌ଙ୍କ ସହ ଆଦିତ୍ୟ ଉକ୍ତ ଫ୍ଲାଟ୍‌‌ରେ ରହିବେ। ଏକ ପ୍ରଶ୍ନର ଉତ୍ତର ଦେଇ ଆଦିତ୍ୟ କହିଛନ୍ତି, ମୁଁ ଏହି ଘର କିଣିବାକୁ ବର୍ଷ ବର୍ଷ ଧରି ଟଙ୍କା ସଞ୍ଚୟ କରିଥିଲି। ଲକ୍‌ଡାଉନ୍‌ ପୂର୍ବରୁ ହିଁ ମୁଁ ଏହି ଘର କିଣିସାରିଥିଲି ବୋଲି ଆଦିତ୍ୟ କହିଛନ୍ତି। ସୂଚନା‌ଯୋଗ୍ୟ, ଗତ ୧ ତାରିଖ ଦିନ ଆଦିତ୍ୟ ନିଜର ଦୀର୍ଘ ଦିନର ବାନ୍ଧବୀ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି।

ସମ୍ବନ୍ଧିତ ଖବର