ସୁଷମା ମୋ ମା ଭଳି ଥିଲେ: କଣ୍ଠଶିଳ୍ପୀ ଅଦନାନ ସାମୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତ୍ରୀ ସୁଷମା ସ୍ୱରାଜଙ୍କ ନିଧନରେ ପୁରା ଦେଶ ଶୋକରେ ବୁଡି ରହିଛି | ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ସୁଷମାଙ୍କୁ ହରାଇ ବେଶ ଦୁଃଖ ପ୍ରକାଶ କରୁଛନ୍ତି | ବଲିଉଡ କଣ୍ଠଶିଳ୍ପୀ ଅଦନାନ ସାମୀ ମଧ୍ୟ ସୁଷମାଙ୍କ ମୃତ୍ୟୁକୁ ନେଇ ବେଶ ଭାବୁକ ହୋଇପଡିଛନ୍ତି |

ଅଦନାନ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ସୁଷମାଙ୍କ ପରଲୋକ ଖବର ଶୁଣି ତାଙ୍କୁ ବିଶ୍ୱାସ ହେଉନାହିଁ | ସୁଷମା ତାଙ୍କ ପାଇଁ ମା ଭଳି ଥିଲେ | ସୁଷମାଙ୍କୁ ସେ ବହୁତ ଝୁରିବେ | ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ | ଅଦନାନ ଏହି ଲେଖା ସହ ସୁଷମାଙ୍କ ସହ ବିତେଇଥିବା ଏକ ପୁରୁଣା ଫଟୋକୁ ମଧ୍ୟ ପୋଷ୍ଟ କରିଛନ୍ତି |

ଏଥିରେ ତାଙ୍କ ପରିବାର ସହ ସୁଷମା ଉଠେଇଥିବା କିଛି ମୁହୂର୍ତ୍ତ ଦେଖିବାକୁ ମିଳିଛି | ଅଦନାନଙ୍କ ଛଡା ବଲିଉଡ ଜଗତର ନାମିଦାମୀ ଚେହେରା ଜାଭେଦ ଅଖତାର, ସବାନା ଆଜମୀ, ଅନୁଷ୍କା ଶର୍ମା, ଅମିତାଭ ବଚ୍ଚନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି |

ସମ୍ବନ୍ଧିତ ଖବର