ଅଭିନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଫତାବ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁଖିଲା କାଶ ଓ ଥଣ୍ଡା ଲକ୍ଷଣ ଦେଖା ଦେବାରୁ ସେ ଟେଷ୍ଟ୍ କରାଇବା ପରେ ତାଙ୍କର ପଜିଟିଭ୍ ଆସିଛି। ଡାକ୍ତର ତାଙ୍କୁ ଘରେ ହିଁ କ୍ବାରାଣ୍ଟିନ୍ ହେବାକୁ ପରାମର୍ଶ ଦେଇଛନ୍ତି। ଗତ ଅଗଷ୍ଟ ମାସରେ ଅଫତାବ ବାପା ହୋଇଥିଲେ। ଅଫତାବ ଏ ଖବର ସେୟାର କରିବା ବେଳେ ଲେଖିଥିଲେ, ଭଗବାନଙ୍କ କୃପାରୁ ମୁଁ ଓ ନିନ୍ ଏକ ଝିଅର ପିତାମାତା ହୋଇପାରିଛୁ। ଆମ ପରିବାର ଏବେ ଦୁଇରୁ ୩ ହୋଇଯାଇଛି। ଅଫତାବ ୨୦୧୪ରେ ନିନ୍ ଦୋସାଂଝାଙ୍କୁ ବିବାହ କରିଥିଲେ। ୨୦୧୭ରେ ଦୁହେଁ ପୁନର୍ବାର ଶ୍ରୀଲଙ୍କାରେ ଧୁମ୍ଧାମରେ ବାହା ହୋଇଥିଲେ।
ଅଫତାବ ଶିବଦାସାନିଙ୍କୁ କରୋନା
/sambad/media/post_attachments/wp-content/uploads/2020/09/aftab_sivdasan_i-m.png)