ଅଭିନେତା ରଣବୀର ସିଂହଙ୍କ ବଲିଉଡ୍ କ୍ୟାରିୟର୍କୁ ୧୦ବର୍ଷ ବିତି ସାରିଲାଣି। ହେଲେ ଆପଣ ଜାଣିଛନ୍ତି କି, ଆଜି ବଲିଉଡ୍ର ଆଗ ଧାଡ଼ିର ସେଲିବ୍ରିଟି ହୋଇଥିବା ଏହି ଅଭିନେତାଜଣକ ନିଜର ପ୍ରଥମ ଚଳଚ୍ଚିତ୍ର ପାଇବାକୁ କେତେ ସଂଘର୍ଷ କରିଛନ୍ତି? ୩ ବର୍ଷରୁ ଅଧିକ ସମୟ ଧରି ରଣବୀର ସିଂହ ନିଜ ବାୟୋଡାଟା ଧରି ଏ ଅଫିସ୍ରୁ ସେ ଅଫିସ୍ ଧାଉଁଥିଲେ। ସେତେବେଳେ ତାଙ୍କୁ କେହି କାମ ଦେବାକୁ ପ୍ରସ୍ତୁତ ନଥିଲେ। କୌଣସି ଚଳଚ୍ଚିତ୍ରରେ ଛୋଟମୋଟ ରୋଲ୍ କରିବାକୁ ପ୍ରସ୍ତୁତ ଥିବା ରଣବୀର କାମ ଖୋଜିବାରେ ଦିନ ସାରା ଖାଲି ବୁଲୁଥିଲେ। ଏପରିକି ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ବ୍ୟାଣ୍ଡ ବାଜା ବାରାତ୍’ ପାଇଁ ବି ସେ ପ୍ରଥମ ପସନ୍ଦ ନଥିଲେ। ଅଭିନେତା ରଣବୀର କପୁର ଏହି ଚଳଚ୍ଚିତ୍ର କରିଦେବାକୁ ମନା କରିଦେବାରୁ ରଣବୀର ସିଂହଙ୍କ ପାଖକୁ ଏହି ଚଳଚ୍ଚିତ୍ର ପାଇଁ ଫୋନ୍ ଆସିଥିଲା। ୟଶ୍ରାଜ୍ ଚଳଚ୍ଚିତ୍ରକୁ ଏକ ନୂଆ ଚେହେରା ଦରକାର ଥିଲା। ଏଣୁ ରଣବୀର ସିଂହ ବି ଏହି ସୁଯୋଗ ହାତଛଡ଼ା କରିନଥିଲେ। ସେ ପର୍ଯ୍ୟନ୍ତ କୌଣସି ମଡେଲିଂ ସୋ’ କିମ୍ବା ମ୍ୟୁଜିକ୍ ଭିଡିଓ ବି କରିନଥିବାରୁ ଉକ୍ତ ଚଳଚ୍ଚିତ୍ର ପାଇଁ ରଣବୀର ସିଂହ ହିଁ ଉପଯୁକ୍ତ ବ୍ୟକ୍ତି ଥିଲେ।
୩ ବର୍ଷର ସଂଘର୍ଷ ପରେ ପାଇଥିଲେ ପ୍ରଥମ ବ୍ରେକ୍
/sambad/media/post_attachments/wp-content/uploads/2020/12/ranabir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)