ଅଭିନୟରୁ ବ୍ରେକ୍‌ ନେଇ ଲେଖକ ବନିବାକୁ ଚେଷ୍ଟା କରୁଛନ୍ତି ଶାହାରୁଖ୍‌

ମୁମ୍ବାଇ : ୨୦୧୮ରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଅଭିନୀତ ଫିଲ୍ମ ଜିରୋ ବକ୍ସ ଅଫିସରେ ଅସଫଳ ହେବା ପରେ ଫିଲ୍ମରୁ ବ୍ରେକ୍‌ ନେଇଥିଲେ ଶାହାରୁଖ୍‌ ଖାନ୍‌ । ବ୍ରେକ୍‌ ନେଇ ଏବେ ସେ ପରିବାରକୁ ସମୟ ଦେବା ସହ ନିଜର ରେଡ୍‌ ଚିଲିଜ୍‌ ପ୍ରଡକ୍ସନକୁ ସମୟ ଦେଉଥିବା ଜଣା ପଡ଼ିଛି । କିଛି ସମୟ ତଳେ ଶାହାରୁଖ୍‌ ନିଜ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିବା େଓ୍ଵବ୍‌ ସିରିଜ୍‌ ବାର୍ଡ ଅଫ୍‌ ବ୍ଲଡ୍‌ର ପ୍ରମୋସନ କରୁଥିବାର ନଜର ଆସିଥିଲେ । ତେବେ ଅଭିନୟ ଓ ପ୍ରଯୋଜନା କରିବା ପରେ ଏବେ ଲେଖକ ବନିବାକୁ ଯାଉଛନ୍ତି ଶାହାରୁଖ୍‌ । ଶାହାରୁଖ୍‌ଙ୍କ ପ୍ରଯୋଜନା ସଂସ୍ଥା ନେଟ୍‌ଫ୍ଲିକ୍ସରେ ଏକ ପଲିଟିକାଲ ଥ୍ରିଲର ପ୍ରୋଜେକ୍ଟକୁ ନେଇ ଆସୁଥିବା ବେଳେ ଏହାର ଲେଖା ଉପରେ ଶାହାରୁଖ୍‌ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଜଣା ପଡ଼ିଛି ।

Image result for after-bard-of-blood-shahrukh-khan-political-series-for-netflix
Hindustan Times

ମିଳିଥିବା ସୂଚନା ମୁତାବକ, ଶାହାରୁଖ୍‌ ଏବେ ଅଭିନୟ ଉପରେ କମ ସ୍କ୍ରିପ୍ଟିଂ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ରାଜନୀତିକୁ ନେଇ ତାଙ୍କ ଭଲ ଜ୍ଞାନ ଥିବାରୁ ଏବେ ସେ ନିଜର ଆଗାମୀ େଓ୍ଵବ୍‌ ସିରିଜ୍‌କୁ ନେଇ ସ୍କ୍ରିପ୍ଟିଂ କରୁଛନ୍ତି ।

ସମ୍ବନ୍ଧିତ ଖବର