ରୁଟ୍‌ କ୍ୟାନାଲ୍‌ ସର୍ଜରୀର କୁପ୍ରଭାବ ପରେ ଏପରି ଦିଶୁଛନ୍ତି କନ୍ନଡ ଅଭିନେତ୍ରୀ ସ୍ବାତୀ ଶତିଶ

ବେଙ୍ଗାଲୁର: କିଛି ଦିନ ତଳେ ପ୍ଲାଷ୍ଟିକ୍‌ ସର୍ଜରୀ କରି ୨୧ ବର୍ଷୀୟା କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କର ମୃତ୍ୟୁ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିବା ପରେ ଏବେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ଉପରେ ରୁଟ୍‌ କ୍ୟାନାଲ୍‌(ଦାନ୍ତ ସର୍ଜରୀ) ସର୍ଜରୀର କୁପ୍ରଭାବ ଦେଖିବାକୁ ମିଳିଛି। ଏହି ରୁଟ୍‌ କ୍ୟାନାଲ୍‌ ସର୍ଜରୀର କୁପ୍ରଭାବର ସମ୍ମୁଖୀନ ହୋଇଥିବା କନ୍ନଡ ଅଭିନେତ୍ରୀ ଜଣକ ହେଉଛନ୍ତି ସ୍ବାତୀ ଶତିଶ।

ତାଙ୍କର ରୁଟ୍‌ କ୍ୟାନାଲ୍‌ ସର୍ଜରୀ ବେଳେ ତାଙ୍କ ଉପରେ ତାହାର କୁପ୍ରଭାବ ପଡ଼ିବା ଘରେ ସ୍ବାତୀଙ୍କ ମୁହଁ ଅଜବ ପ୍ରକାରର ଫୁଲିଯାଇଛି। ଫଳରେ ତାଙ୍କୁ ଆଉ ଚିହ୍ନ ହେଉନାହିଁ। ସେ ଗଣମାଧ୍ୟମ‌ରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨-୩ ଦିନ ମଧ୍ୟରେ ତାଙ୍କ ମୁହଁ ଫୁଲିବା କମ୍‌ ହୋଇଯିବ ବୋଲି ତାଙ୍କୁ ଡାକ୍ତର କହିଥିଲେ। ସର୍ଜରୀ ହେତୁ ତାଙ୍କ ମୁହଁ ଫୁଲି ଯାଇଥିବାରୁ‌ ସେ ପୂରା ଭିନ୍ନ ଦିଶୁଛନ୍ତି। ଏପରିକି ସେ ଘରୁ ବାହାରକୁ ଯିବା ମଧ୍ୟ ବନ୍ଦ କରି ଦେଇଛନ୍ତି।

ତାଙ୍କର ଏହି ସର୍ଜରୀକୁ ୩ ସପ୍ତାହ ବିତି ଯାଇଥିଲେ ବି ତ‌ାଙ୍କ ମୁହଁ ଫୁଲିବା ଏଯାଏ କମିନି ଓ ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଥିବା କଥା ଗଣମାଧ୍ୟମରେ କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ରୁଟ୍‌ କ୍ୟାନାଲ୍‌ ଉପରେ ତାଙ୍କୁ ଭୁଲ୍‌ଭାଲ୍‌ ସୂଚନା ଦିଆଯାଇଥିବାରୁ ତାଙ୍କ ସହ ଆଜି ଏପରି ଘଟିଛି। ଆନେସ୍ଥେସିଆ ଜାଗାରେ ଡାକ୍ତର ତାଙ୍କୁ ସାଲିସିଲିକ୍‌ ଏସିଡ୍‌ ଦେଇଥିବା ସେ ତାଙ୍କ ଅଭିଯୋଗରେ କହିଛନ୍ତି।

 

ସମ୍ବନ୍ଧିତ ଖବର