ମୁମ୍ବାଇ : ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ ଅମୃତା ସିଂ ପରସ୍ପରକୁ ବିବାହ କରିଥିବା ବେଳେ ଦୁଇ ଜଣଙ୍କ ବିବାହ ବେଶି ଦିନ ଭଲ ଚାଲି ପାରି ନ ଥିଲା । ଫଳରେ ଦୁଇଟି ସନ୍ତାନ ଥାଇ ମଧ୍ୟ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ଏବେ ସୈଫ୍ ଅଭିନେତ୍ରୀ କରୀନା କପୁରଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି । ଯାହାକୁ ନେଇ ସବୁ ବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି । ତେବେ ପ୍ରକୃତ କଥା ହେଲା ଛାଡ଼ପତ୍ର ପରେ ଅମୃତା ନେଇଥିବା ନିଷ୍ପତ୍ତିି ସୈଫ୍ଙ୍କ ଆଖିରେ ଲୁହ ନେଇ ଆସିଥିଲା । ଅମୃତାଙ୍କଠାରୁ ଅଲଗା ହେବା ପରେ ସୈଫ୍ ଅମୃତା ୨.୫କୋଟି ଟଙ୍କା ଦେବା ସହ ପ୍ରତି ମାସରେ ତାଙ୍କ ପୁଅ ଇବ୍ରାହିମଙ୍କ ପାଇଁ ଏକ ଲକ୍ଷ ଟଙ୍କା ଦେଉଥିଲେ ।

ସେ ସମୟରେ ସୈଫ୍ଙ୍କ ଫିଲ୍ମ କ୍ୟାରିୟର ଏତେ ଭଲ ଚାଲି ନଥିଲେ ମଧ୍ୟ ସେ ନିଜ ପୁଅ ପାଇଁ ଟଙ୍କା ପଠାଇ ଚାଲିଥିଲେ । ଏତେ ସବୁ ପରେ ମଧ୍ୟ ଅମୃତା ସୈଫ୍ଙ୍କୁ ତାଙ୍କ ପିଲାମାନଙ୍କଠାରୁ ଦୂରରେ ରହିବା ପାଇଁ କହୁଥିଲେ । ଦେଖା କରିବାକୁ ଚାହିଁ ମଧ୍ୟ ସୈଫ୍ ନିଜ ପୁଅ ଝିଅଙ୍କୁ ଦେଖା କରି ପାରୁ ନଥିଲେ । ପରିସ୍ଥିତି ଏମିତି ହୋଇ ଯାଇଥିଲା କି ସୈଫ୍ ନିଜ ପୁଅର ଫଟୋ ପର୍ସରେ ଧରି ବୁଲିବା ସହ କାନ୍ଦିବା ଆରମ୍ଭ କରି ଦେଇଥିଲେ ।