ନୂଆଦିଲ୍ଲୀ : ପ୍ରିୟା ପ୍ରକାଶଙ୍କ କଥା ମନକୁ ଆସିଲେ ଆଖି ଆଗକୁ ଆସିଯାଏ ସେଇ ୨୬ ସେକେଣ୍ଡର ଭିଡ଼ିଓ । ଯେଉଁ ଭିଡ଼ିଓ ତା’ଙ୍କୁ ସାରା ଦେଶରେ ଚର୍ଚ୍ଚିତ କରାଇଥିବା ସହ ସମସ୍ତେ ତାଙ୍କ ପାଇଁ ଦିଓ୍ଵାନା ହୋଇ ଯାଇଥିଲେ । ଫେବୃଆରିର ପ୍ରେମ ସପ୍ତାହରେ ତାଙ୍କର ସେ ଭିଡ଼ିଓଟି ଭାଇରାଲ ହୋଇଥିବାରୁ ତା’ଙ୍କୁ ସମସ୍ତେ ଭାଲେଣ୍ଟାଇନ୍ ଗର୍ଲ ବୋଲି ମଧ୍ୟ କହିବା ଆରମ୍ଭ କରି ଦେଇଥିଲେ । ୧୮ ବର୍ଷ ବୟସରେ ଲୋକପ୍ରିୟତାରେ ସେ ବହୁ ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇ ଦେଇଥିଲେ । ରାତାରାତି ତାଙ୍କ ଫଲୋୟର୍ସ ସଂଖ୍ୟା ମଧ୍ୟ ବଢ଼ି ଯାଇଥିଲା । ଏବେ ପୁଣି ତାଙ୍କର ଏକ ଆଖିପତା ନଚାଇବାର ଭିଡ଼ିଓ ଭାଇରାଲ ହୋଇଛି ।
Good morning
Have a wonderful day pic.twitter.com/6QKXBCmOtA— Priya Prakash Varrier (@priyapvarrier) April 13, 2018
ଏଥିରେ ତାଙ୍କ ସହ ଅଛନ୍ତି ସହ କଳାକାର ରୋଶନ ଅବ୍ଦୁଲ । ଦୁଇ ଜଣଙ୍କର ପ୍ରଥମ ଭିଡ଼ିଓଟି ସମସ୍ତଙ୍କୁ ମତୁଆଲା କରିଥିବା ବେଳେ ଏ ଭିଡ଼ିଓଟି ମଧ୍ୟ ସେପରି କରିବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ଦୁଇ ଜଣ ଅଭିନୟ କରିଥିବା ଫିଲ୍ମ ‘ଓରୁ ଅଦାର ଲଭ୍’ ଜୁନ୍ ୧୪,୨୦୧୮ରେ ରିଲିଜ ହେବାକୁ ଯାଉଛି । ଏଥିରେ ପ୍ରିୟା ପ୍ରକାଶ ଏବଂ ରୋଶନ ଅବ୍ଦୁଲଙ୍କ ବ୍ୟତୀତ ସିୟାଧ୍ ଶହାଜାହାନ ଏବଂ ନୁରିନ୍ ସରିଫ୍ ମଧ୍ୟ ନଜର ଆସୁଛନ୍ତି ।