ମୁମ୍ବାଇ: ସଂଜୟଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସାନମ୍’ରେ ଦର୍ଶକ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ପାଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ଉଭୟଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ହୋଇଆସୁଥିଲେ । ତେବେ ଐଶ୍ୱର୍ଯ୍ୟାଙ୍କ ପିତାମାତା ସଲମାନ ଖାନଙ୍କୁ କିମ୍ବା ତାଙ୍କ ସମ୍ପର୍କ ସହ ଜଡିତ କିଛି କଥାକୁ ପସନ୍ଦ କରୁନଥିଲେ । ସବୁପରେ ବି ଐଶ୍ୱର୍ଯ୍ୟା ସଲମାନ ଖାନଙ୍କ ସହ ସମ୍ପର୍କରେ ଥିଲେ ।
ସମୟକ୍ରମେ ଉଭୟଙ୍କ ଜୀବନରେ ଏମିତି ସମୟ ଆସିଥିଲା, ଯେତେବେଳେ ସେମାନଙ୍କ ମଧ୍ୟରେ କିଛି ଭଲ ନଥିଲା । ଐଶ୍ୱର୍ଯ୍ୟା ଏକ ନ୍ୟୁଜ୍ ପେପରକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ତାଙ୍କୁ ପ୍ରତାରଣା କରିଥିଲେ । ସଲମାନ ଖାନଙ୍କ ଦ୍ୱାରା ପ୍ରତାରିତ ହେବା ପରେଐଶ୍ୱର୍ଯ୍ୟା ତାଙ୍କଠାରୁ ଅଲଗା ହୋଇଥିଲେ । ଐଶ୍ୱର୍ଯ୍ୟା ପୁଣି ଥରେ ସଲମାନ ଖାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ‘ବଲିଉଡ ୨୪’ର ଏକ ସାକ୍ଷାତକାରରେ ଏହି ଅଭିନେତ୍ରୀଙ୍କୁ ପଚରାଯାଇଥିଲା ଯେ ସେ ଶାହରୁଖ ଖାନଙ୍କ ସହ’ ମୋହବତେଁ ‘ଏବଂ’ ଜୋଶ’ରେ ଅଳ୍ପ ସମୟ ପାଇଁ ଅଭିନୟ କରିଥିଲେ କି ନାହିଁ । ଏହା ଉପରେ ଐଶ୍ୱର୍ଯ୍ୟା ଏପରି କୌଣସି କଥାକୁ ଅସ୍ୱୀକାର କରି କହିଛନ୍ତି, ‘ମାନସୁରଙ୍କ ସହ କାମ କରିବାକୁ ତାଙ୍କ ଇଚ୍ଛା ଥିଲା ।
ପ୍ରଥମେ ସଲମାନ ଏବଂ ଆମୀରଙ୍କୁ କାମ କରିବାକୁ ନିଷ୍ପତ୍ତି ନିଆଗଲା ଯାହା ପରେ ବଦଳାଯାଇଥିଲା । ସାକ୍ଷାତକାରର ଭିଡିଓରେ ଐଶ୍ୱର୍ଯ୍ୟା ରାୟ ଅନେକ ବର୍ଷ ପରେ ସଲମାନ ଖାନଙ୍କ ନାଁ ପାଟିରୁ ନେଇଥିବାର ନଜର ଆସିଥିଲେ । ଏହି ସାକ୍ଷାତକାରକୁ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକ ପସନ୍ଦ କରିଛନ୍ତି । ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନମାନେ ଭଲ ପ୍ରତିକ୍ରିୟା ରଖୁଥିବା ନଜରକୁ ଆସୁଛି।