ପ୍ରେମିକ ସହ ବିବାହ ପରେ ପୂର୍ବ ପ୍ରେମିକଙ୍କ ସହ କାମ କରିବେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବିବାହ ନଭେମ୍ବର ୧୪-୧୫ ହେବାକୁ ଯାଉଛି। ବିବାହାକୁ ଆଉ କିଛିଦିନ ବାକି ରହିଥିବା ବେଳେ ସୋସିଆଲ ମିଡିଆରେ ଦୀପିକାଙ୍କୁ ନେଇ ଆଉ ଖବର ଚର୍ଚ୍ଚାରେ ରହିଛି। ସେ ତାଙ୍କ ପ୍ରେମିକ ରଣବୀର ସିଂହଙ୍କୁ ବିବାହ ପରେ ପୂର୍ବ ପ୍ରେମିକାଙ୍କ ସହ କମା କରିବେ। ତେବେ ଏହି ଖବର ଶୁଣି କିଛି ପ୍ରଶଂସକ ଆଶ୍ଚର୍ଯ୍ୟ ହେବା ସହିତ ଅନ୍ୟ କେତେକ ଖୁସି ମଧ୍ୟ ହୋଇପାରନ୍ତି ।

ଏଠାରେ ଆମେ କହି ରଖୁଛୁ, ଦୀପିକା ଓ ରଣବୀର କପୁର ପୂର୍ବରୁ ପ୍ରେମିକ-ପ୍ରେମିକା ଥିଲେ । ବ୍ୟକ୍ତିଗତ ଜୀବନରେ ଦୀପିକା ଓ ରଣବୀରଙ୍କ ସମ୍ପର୍କରେ ଅନେକ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନା ଆସିଥିଲା। ତେବେ ଏହି ଫାଟର ପ୍ରଭାବ ଦୁହେଁ କଦାବି ତାଙ୍କ ପ୍ରଫେସନାଲ ଜୀବନରେ ପଡ଼ିବାକୁ ଦେଇ ନାହାନ୍ତି। ଆଉ ଏବେ ଦୀପିକା ତାଙ୍କ ଜୀବନରେ ଆଗକୁ ବଢିବାରେ ଲାଗିଛନ୍ତି। ଉଭୟ ଦୀପିକା ଓ ରଣବୀର କପୁର ସାର୍ବଜନୀନ ସ୍ଥାନରେ ସାଙ୍ଗଙ୍କ ପରି ମିଶୁଛନ୍ତି ।

ସମ୍ବନ୍ଧିତ ଖବର