ପ୍ରିୟଙ୍କାଙ୍କ ପରେ ସୁଟିଂ ଆରମ୍ଭରୁ ଫିଲ୍ମ ଛାଡ଼ିଲେ ଦୀପିକା: ଦିଆଯାଇଥିବା ଟଙ୍କା ଫେରାଇବା ସହ କହିଲେ ଏହି କଥା

ମୁମ୍ବାଇ: କିଛି ଦିନ ତଳେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫିଲ୍ମ ଭାରତ ଛାଡ଼ିବା ପରେ ଘଟଣାଟି ଚର୍ଚ୍ଚାରେ ରହିଥିଲା । ଯାହାକୁ ନେଇ ଫିଲ୍ମର ନିର୍ଦ୍ଦେଶକ, ଅଭିନେତା ସଲମାନ, ସଲମାନଙ୍କ ପରିବାର ଏବଂ ପ୍ରିୟଙ୍କା ନିଜ ନିଜର ମତ ରଖିଥିଲେ । ତେବେ ପ୍ରିୟଙ୍କାଙ୍କ ପରେ ଏବେ ଅଭିନେତ୍ରୀ ଦୀପିକା ପୁଣି ସେଭଳି କିଛି କରିଥିବା ଜଣା ପଡ଼ିଛି ।

The Hindu

୨ମାସ ପୂର୍ବରୁ ଖବର ଆସିଥିଲା କି ଦୀପିକା ପୁଣି ଥରେ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ବିପକ୍ଷରେ ଫିଲ୍ମ କରିବେ । ଯାହାର ନିର୍ଦ୍ଦେଶନା ଦେବେ ବିଶାଲ ଭରଦ୍ୱାଜ । ଏହି ଫିଲ୍ମର କାହାଣୀ ଗ୍ୟାଙ୍ଗଷ୍ଟର ସପନା ଦିଦିଙ୍କ ଜୀବନୀ ଉପରେ ଆଧାରିତ ହେବ ବୋଲି ଖବର ମିଳିଥିଲା । କୁହାଯାଉଥିଲା କି ଫିଲ୍ମ ପଦ୍ମାବତ ରିଲିଜ ହେବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । କିନ୍ତୁ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ ଲଣ୍ଡନ ଚାଲି ଯାଇଥିଲେ । ଯାହା ପରେ ଫିଲ୍ମର କାମ ଅଧାରୁ ଅଟକି ରହିଥିଲା । ଏଭଳି ପରିସ୍ଥିତିରେ ଫିଲ୍ମଟି ତିଆରି ହେବାକୁ ନେଇ ଅନିଶ୍ଚିତତା ଦେଖା ଯାଉଥିବାରୁ ଦୀପିକା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କୁ ସାଇନିଙ୍ଗ ଆମାଉଣ୍ଟ ଫେରାଇ ଦେଇଥିବା ଜଣା ପଡ଼ିଛି । ପରେ ଦେଖିବା କହି ଦୀପିକା ଦିଆଯାଇଥିବା ଟଙ୍କାକୁ ଫେରାଇବା ସହ ଇର୍‌ଫାନ୍‌ ଭଲ ହୋଇ ଭାରତ ଫେରିଲେ ଦୀପିକା ବିଶାଲଙ୍କୁ ସଂପର୍କ କରିବେ ବୋଲି କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର