ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ଶାହାରୁଖ୍‌ଙ୍କ ଏହି ପୁରୁଣା ଫେକ୍‌ ଭିଡିଓ ଭାଇରାଲ

ମୁମ୍ବାଇ: ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ବଲିଉଡର ଷ୍ଟାରମାନେ ସହିଦ୍‌ ଯବାନଙ୍କ ପରିବାର ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଅମିତାଭ ବଚ୍ଚନ ସହିଦ ଯବାନଙ୍କ ପରିବାର ପିଛା ୫ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ସେହିପରି ସିନେମା ‘ଉରି’ ଟିମ୍‌ ବି ଏକକୋଟି ଦେବା ପାଇଁ କହିଛନ୍ତି। ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ ରବିବାର ଅର୍ଥାତ୍‌ ଫେବ୍ରୁଆରି ୧୭କୁ କଳାଦିବସ ରୂପେ ବି ପାଳିଛି।

ଏହି କ୍ରମରେ ଶାହାରୁଖ ଖାନ୍‌ଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। କିଛିବର୍ଷ ପୂର୍ବେ ଏକ ମିଥ୍ୟା ଖବର ଭାଇରାଲ ହୋଇଥିଲା। ଶାହାରୁଖ ଖାନ୍‌ ପାକିସ୍ତାନରେ ହୋଇଥିବା ଗ୍ୟାସ୍‌ ଟ୍ୟାଙ୍କର ଆକ୍ସିଡେଣ୍ଟରେ ଗୁରୁତର ହୋଇଥିବା ଲୋକମାନଙ୍କୁ ୪୫କୋଟି ଟଙ୍କାର ସାହାଯ୍ୟ କରିଛନ୍ତି ବୋଲି ଏଥିରେ ଶୁଣିବାକୁ ମିଳିଥିଲଶ। ଏହି ଖବର ପ୍ରଚାର ହେବାର ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚରୁ ଜଣାପଡ଼ିଲା ଏହି ଖବର ମିଥ୍ୟା ଅଟେ। କିଙ୍ଗ୍‌ ଖାନ୍‌ ଏମିତି କିଛି ଡୋନେଟ୍‌ ହିଁ କରି ନାହାନ୍ତି। ଏବେ ପୁଣି ଏହି ମିଥ୍ୟା ଖବର ଲାଇମ୍‌ଲାଇଟ୍‌କୁ ଆସିଛି।

ସମ୍ବନ୍ଧିତ ଖବର