ମୁମ୍ବାଇ: ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ୍ଙ୍କ ଟିପ୍ପଣୀକୁ ନେଇ ମତ ବଲିଉଡରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ସରୋଜ ଖାନ୍ କହିଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରି ରେପ୍ କରେ ହେଲେ କାମ ଦିଏ, ଏଣୁ ତା’ନାଆଁରେ କିଛି କହିବା ଠିକ୍ ନୁହେଁ।
ବଲିଉଡରେ ଏବେ ପୁଣି କାଷ୍ଟିଂ କାଉଚ୍ ପ୍ରସଙ୍ଗ ଜୋର୍ ଧରିଛି। ବିଶେଷ କରି ଏହାକୁ ସୋଫି ଚୌଧୁରୀ ଓ ମିନି ମାଥୁରଙ୍କ ଭଳି ବଲିଉଡ ସେଲିବ୍ରିଟିମାନେ ଘୋର ବିରୋଧ କରିଛନ୍ତି। ଠିକ୍ ସେହିପରି ରାଧିକା ଆପ୍ଟେ କହିଛନ୍ତି ଯେ ଜଣେ ଲୋକ ତାଙ୍କୁ ଫିଲ୍ମରେ କାମ ଦେବ କହି ତାଙ୍କର ଡ୍ରେସ ଭିତରେ ହାତ ପୁରାଇ ଦେଇଥିଲା।
ରାଧିକା ଆପ୍ଟେଙ୍କ ପରେ ମରାଠୀ ଫିଲ୍ମ ପାଇଁ ଏବେ ଜଣେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିବା ଅଭିନେତ୍ରୀ ବି ଏ ପ୍ରସଙ୍ଗରେ ସ୍ୱର ଉଠାଇଛନ୍ତି। ସେ ହେଲେ ଉଷା ଯାଦବ । ସେ ଏବେ କାଷ୍ଟିଂକାଉଚକୁ ନେଇ ମୁହଁ ଖୋଲିଛନ୍ତି। ତାଙ୍କର ଏହାକୁ ନେଇ ଏକ ନିହାତି ଖରାପ ଅଭିଜ୍ଞତା ଥିବା ସେ କହିଛନ୍ତି।
/sambad/media/post_attachments/wp-content/uploads/2018/04/usha-yadav.jpg)
ଉଷା ଯାଦବଙ୍କ ଅନୁଯାୟୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂକାଉଚ୍ ଏକ ମାମୁଲି କଥା। ଏଠି କେବଳ ପ୍ରଭାବଶାଳୀ ଲୋକ ହିଁ ଯୌନ ଶୋଷଣ କରିଥାଏ। ଗୋଟିଏ ଘଟଣା ସଂପର୍କରେ ସେ କହିଛନ୍ତି। ‘ତାଙ୍କୁ ଜଣେ ଏଜେଣ୍ଟ କହିଥିଲେ ଯେ ଯଦି ସେ ତାଙ୍କୁ ଫିଳ୍ମରେ ସୁଯୋଗ ଦିଏ, ତେବେ ତା’ବଦଳରେ ତାଙ୍କୁ କ’ଣ ଦେବେ?
ଏହାର ଉତ୍ତରରେ ଉଷା କହିଥିଲେ, ‘ମୋ’ ପାଖରେ ତ ପଇସା ନାହିଁ।’ ତା’ପରେ ଏଜେଣ୍ଟ କହିଥିଲେ କି ସେ ପଇସା କଥା କହୁ ନାହାଁନ୍ତି, ଯଦି ପ୍ରଯୋଜକ ଓ ନିର୍ଦ୍ଦେଶକ ତାଙ୍କ ସହିତ ରାତି କଟାଇବାକୁ ଚାହିଁବେ, ତେବେ ସେଥିିପାଇଁ ରାଜି ତ ?
ସିନେମାରେ ଅଭିନୟ କରିବା ପାଇଁ ଘରୁ ଲୁଚି ପଳାଇ ଆସିଥିବା ଉଷା ଯାଦବ ବହୁବାର କାଷ୍ଟିଂ ଏଜେଣ୍ଟ୍ଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଛନ୍ତି।