କେବଳ ରାମାୟଣ ଓ ମହାଭାରତ ନୁହେଁ, ଡିଡି ନ୍ୟାସନାଲରେ ପ୍ରସାରିତ ହେବ ଆଉ ଏକ ପୁରୁଣା ଧାରାବାହିକ

ମୁମ୍ବାଇ: ଦୂରଦର୍ଶନରେ ପୁଣି ଦେଖିବାକୁ ମିଳିବ ଅଜିଜ୍‌ ମିର୍ଜାଙ୍କ ନିର୍ଦ୍ଦେଶିତ ୧୯୮୯ ମସିହାର ଲୋକପ୍ରିୟ ଧାରାବାହିକ ‘ସର୍କସ’। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଧାରାବାହିକରୁ ହିଁ ବଲିଉଡ୍‌ ବାଦ୍‌ଶାହ ଶାହାରୁଖ୍‌ ଖାନ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପୂର୍ବରୁ ‌ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’ର  ଆଜିଠାରୁ ପ୍ରସାରଣ ଆରମ୍ଭ ହୋଇଯାଇଛି।

 ‘ସର୍କସ’ ଡିଡି ‌ନ୍ୟାସନାଲରେ ଶନିବାର ସଂଧ୍ୟା ୮ଟା ସମୟରେ ଦର୍ଶକମାନେ ଦେଖିପାରିବେ। ଘରେ ରୁହନ୍ତୁ ଓ ଆପଣଙ୍କ ପ୍ରିୟ ତାରକା ଶାହାରୁଖ୍‌ଙ୍କର ଏହି ସୋ’କୁ ‌ଦେଖନ୍ତୁ ବୋଲି ଡିଡି ନେସ୍‌ନାଲ୍‌ର ଅଫିସିଆଲ୍‌ ଟ୍ବିଟର୍‌ ପେଜ୍‌ରେ ଟ୍ବିଟ୍‌ କରି ସୂଚନା ପ୍ରଦାନ କରାଯାଇଛି। ନିର୍ଦ୍ଦେଶକ ମିର୍ଜା ଏବଂ କୁନ୍ଦନ ଶାହାଙ୍କ ନିର୍ଦ୍ଦେଶିତ ଏହି ସୋ’ ଜରିଆରେ ହିଁ ଶାହାରୁଖ୍‌ ମନୋରଞ୍ଜନ ଦୁନିଆରେ ପାଦ ରଖିଥିଲେ।

କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଡିଡି ନ୍ୟାସନାଲରେ ଏକା ସାଙ୍ଗରେ ତିନି ତିନୋଟି ପୁରୁଣା ଧାରାବାହିକକୁ ପୁନଃପ୍ରସାରଣ କରିବାର ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ ଭୁତାଣୁ କରୋନା ସାରା ନିଜର କାୟା ବିସ୍ତାର କରି ସାରିଥିବା ବେଳେ  କେବଳ ଭାରତରେ ଏହି ଭାଇରସ୍‌ ଦ୍ବାରା ପ୍ରାୟ ୯୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏବେ ସୁଦ୍ଧା କରୋନା ଭାଇରସ୍‌ରେ ଭାରତରେ ୧୯ ଜଣଙ୍କ ଜୀବନ ଯାଇ ସାରିଲାଣି।

ସମ୍ବନ୍ଧିତ ଖବର