ସାରା-କୃତିଙ୍କ ପରେ ଏବେ ଏହି ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ଆରମ୍ଭ କଲେଣି ସୁଶାନ୍ତ

ମୁମ୍ବାଇ : ଚର୍ଚ୍ଚାରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ । କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସୁଶାନ୍ତ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ଅଭିନେତ୍ରୀ ଅଙ୍କିତା ପରେ ସାରା-କୃତି ସାନୋନଙ୍କ ପରେ ଏବେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି ଅଭିନେତା ସୁଶାନ୍ତ । ଅଭିନେତ୍ରୀ ରିହା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହେଁ ଏବେ ସାଥୀରେ ସମୟ କଟାଉଥିବାର ଦେଖା ଯାଇଛି । ରିହାଙ୍କୁ ସୁଶାନ୍ତଙ୍କ ଲୋନାଓ୍ଵଲା ସ୍ଥିତ ଘରେ ଅନେକ ଥର ଦେଖା ଯାଇଥିବା ବେଳେ ଦୁହେଁ ନିଜର ସଂପର୍କକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବା ଜଣାପଡ଼ିଛି । ତେବେ ଦୁହେଁ ନିଜ ପ୍ରେମ ସଂପର୍କକୁ କେବେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Laughing Colours

ପେସାଦାର ଜୀବନକୁ ଦେଖିବାକୁ ଗଲେ ଏବେ ଫିଲ୍ମ ‘ଛିଛୋରେ’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି ସୁଶାନ୍ତ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର