ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ତାତିଲେ ବିହାର ବାସିନ୍ଦା, କରନ ଜୋହର ଓ ସଲମନଙ୍କ ଫିଲ୍ମକୁ ବୟକଟ୍ ଦାବି

ପାଟଣା: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଦୀର୍ଘ ଦିନ କାଳ ବିଷାଦଗ୍ରସ୍ତ ରହିବା ପରେ ଆତ୍ମହତ୍ୟା କରିଛନ୍ତି ବୋଲି ଆପଣମାନେ ଜାଣିଛନ୍ତି ନିଶ୍ଚୟ। ଆହୁରି ବି ଜାଣିଥିବେ ଯେ କିଛି ଫିଲ୍ମ ପ୍ରଡକ୍ସନ ହାଉସ୍‌ରୁ ସୁଶାନ୍ତଙ୍କୁ ବ୍ୟାନ୍‌ କରାଯାଇଥିବା କାରଣରୁ ସେ ବିଷାଦଗ୍ରସ୍ତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।କିଛି ଲୋକ ଅଭିଯୋଗ ଆଣିଛନ୍ତି ଯେ କରନ ଜୋହର୍‌ ଓ ସଲମନ୍‌ଙ୍କ ଚାପରେ ସୁଶାନ୍ତଙ୍କୁ ବଲିଉଡ୍‌ରେ ଏକଘରକିଆ କରି ଦିଆଯାଇଥିଲା। ତାଙ୍କ ହାତରୁ ଚଳଚ୍ଚିତ୍ର ଚାଲି ଯାଉଥିଲା। ‌ସେ ଦୀର୍ଘଦିନ ଧରି କାମ ନ ପାଇବା କାରଣରୁ ବିଷାଦଗ୍ରସ୍ତ ରହି ଆତ୍ମହତ୍ୟା ପରି ପଦକ୍ଷେପକୁ ଆପଣେଇଥିଲେ। ଏଥିସହ ମହାରାଷ୍ଟ୍ରର କଂଗ୍ରେସ ନେତା ସଂଜୟ ନିରୁପମ୍ ଟୁଇଟ୍ କରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ‘ଛିଛୋରେ’ ହିଟ୍ ହେବା ପରେ ସୁଶାନ୍ତ ୭ଟି ଫିଲ୍ମ ସାଇନ୍ କରିଥିଲେ। ମାତ୍ର ୬ ମାସ ଭିତରେ ତାଙ୍କ ହାତରୁ ସବୁତକ ଫିଲ୍ମ ଚାଲି ଯାଇଥି‌ଲା। କିନ୍ତୁ କାହିଁକି? ଫିଲ୍ମ ଇଣ୍ଡଷ୍ଟ୍ରିର ନିଷ୍ଠୁରତା ଏକ ଅଲଗା ସ୍ତରରେ କାମ କରିଥାଏ। ଏହି ନିଷ୍ଠୁରତା ଏକ ପ୍ରତିଭାବାନ୍ କଳାକାରକୁ ମାରିଦେଲା।

ସୁଶାନ୍ତଙ୍କ ନିଜ ଘର ବିହାରରେ। ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏବେ ବିହାରର ଲୋକେ ପ୍ରବଳ ରାଗରେ ଥିବା ଦେଖିବାକୁ ମିଳିଛି। ସେମାନେ ସୁଶାନ୍ତଙ୍କ ସମର୍ଥନରେ ସେମାନଙ୍କ ରାଜ୍ୟରେ କରନ ଜୋହର ଓ ସଲମନ୍‌ ଖାନ୍‌ଙ୍କ ଫିଲ୍ମକୁ ବୟକଟ୍‌ କରିବା ପାଇଁ ସ୍ବର ଉଠାଇଛନ୍ତି। ବିହାରର କିଛି ରାଜନେତା ଓ ସାମାଜିକ କର୍ମୀ ସୁଶାନ୍ତଙ୍କ ମୃତ୍ୟୁ ପରେ କ୍ରୋଧ୍ବାନିତ ହୋଇ ପଡ଼ିଛନ୍ତି। ପାଟ୍‌ନାର ହିନ୍ଦୁସ୍ତାନୀ ଆୱାଜ ମୋର୍ଚା(ହମ୍‌)ର ପ୍ରବକ୍ତା ଡକ୍ଟର ଦାନିସ ରିଜୱାନା ସୁଶାନ୍ତଙ୍କ ଆତ୍ମହତ୍ୟାରେ କ୍ରୋଧ ପ୍ରକାଶ କରି କହିଛନ୍ତି କି ଏହି ମାମଲାକୁ ନେଇ ତାଙ୍କ ଦଳ କରନ ଓ ସଲମାନଙ୍କ ବିରୋଧରେ ମାମଲା ରୁଜୁ କରିବ।

ଅନ୍ୟପକ୍ଷରେ ସିନେ ନିର୍ମାତା କରନ ଜୋହର ସୁଶାନ୍ତଙ୍କ ସହ ଦୀର୍ଘ ଦିନ ଧରି ଯୋଗାଯୋଗରେ ନ ରହିବା କାରଣରୁ ନିଜକୁ ନିଜେ ଦୋଷ ଦେଇଛନ୍ତି। ସେ ସୁଶାନ୍ତଙ୍କ ଆଲିଙ୍ଗନ ଓ ହସକୁ ସଦାବେଳେ ମନେ ପକାଇବେ ବୋଲି ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର