ସୁଶାନ୍ତଙ୍କୁ ଭୁଲି ଏବେ ସୋନାକ୍ଷୀ ସିହ୍ନାଙ୍କ ପୂର୍ବ ସାଥୀଙ୍କ ପ୍ରେମରେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜୀବନରେ ପୁଣି ବସନ୍ତ ଫେରିଛି। ପ୍ରେମିକ ତଥା ଅଭିନେତ‌ା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଦୀର୍ଘ ଅଢ଼େଇ ବର୍ଷ ପରେ ରିୟାଙ୍କ ଜୀବନରେ ଅନ୍ୟ ଜଣେ ପୁରୁଷ ଆସି ସାରିଥିବା କଥା ଶୁଣିବାକୁ ମିଳିଛି। ଚର୍ଚ୍ଚା ହେଉଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ପୂରାପୂରି ଭାଙ୍ଗି ପଡ଼ିଥିବା ରିୟା ପୁଣି ଥରେ ନୂଆ କରି ଜୀବନ ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି।

ରିୟା ଚକ୍ରବର୍ତ୍ତୀ ଜଣେ ଏପରି ଅଭିନେତ୍ରୀ, ଯିଏକି ନିଜର ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ବେଶୀ ଚର୍ଚ୍ଚାରେ ରହି ଆସିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବେଳେ ତାଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ତେବେ ଆପଣ ଜାଣନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା କାହା ପ୍ରେମରେ ପଡ଼ିଛନ୍ତି? ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ରିୟା ଫେସନ ଡିଜାଇନର୍‌ ସୀମା ସଚ୍ଚଦେବାଙ୍କ ଭାଇ ବଣ୍ଟି ସଚ୍ଚଦେବାଙ୍କ ସହ ସଂପର୍କରେ ଅଛନ୍ତି। ମାତ୍ର ସେ ଏଥର ତାଙ୍କ ପ୍ରେମ ବ୍ୟାପାରକୁ ପୂରା ବ୍ୟକ୍ତିଗତ ରଖିବାକୁ ଚାହାନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବଣ୍ଟି ହେଉଛନ୍ତି ମନୋରଞ୍ଜନ ଓ ସ୍ପୋର୍ଟସ୍‌ ଦୁନିଆର ଏକ ବଡ଼ ଟ୍ୟାଲେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ଫାର୍ମର ମାଲିକ। ରିୟାଙ୍କ ପୂର୍ବରୁ ବଣ୍ଟିଙ୍କ ନାମ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମରେ ଯୋଡ଼ା ଯାଇଥିଲା। ରିପୋର୍ଟ ଅନୁସାରେ, ରିୟା ବଣ୍ଟିଙ୍କର କ୍ଲାଇଣ୍ଟ୍‌ ରହି ସାରିଛନ୍ତି। ଏହିପରି ଭାବେ ଦୁହେଁ ଦୁହିଁଙ୍କୁ ଜାଣନ୍ତି।

୨୦୨୦ ମସିହାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁଙ୍କ ପରେ ବିବାଦରେ ଫଶି ଯାଇଥିଲେ ରିୟା। ସୁଶାନ୍ତଙ୍କ ବାପା ରିୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ଏହି କାରଣରୁ ତାଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ମାତ୍ର ଏବେ ଧୀରେ ଧୀରେ ତାଙ୍କ ଜୀବନରେ ଖୁସି ଫେରୁଛି। ଏବେ ସେ ବଣ୍ଟିଙ୍କୁ ଡେଟ୍‌ କରୁଥିବା କଥା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର