ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର କ୍ୟାପଟେନ୍ ବିରାଟ କୋହଲି ସିନେମା ‘ପରୀ’ରେ ନିଜ ପତ୍ନୀ ଓ ସିନେମାର ନାୟିକାଙ୍କ କାମକୁ ଖୁବ୍ ପ୍ରଶଂସା କରିଛନ୍ତି। ‘ପରୀ’ରେ ଅନୁଷ୍କା ଖୁବ୍ ଭୟଙ୍କର ଦେଖା ଯାଉଛନ୍ତି। ଶୁକ୍ରବାର ରିଲିଜ ହୋଇଥିବା ସିନେମା ‘ପରୀ’ରେ ଅନୁଷ୍କାଙ୍କ ସହିତ ବଙ୍ଗଳା ସିନେମାର ଜଣାଶୁଣା ଅଭିନେତା ପରମବ୍ରତା ଚାଟର୍ଜୀ ଓ ରଜତ କପୁର ବି ନଜର ଆସୁଛନ୍ତି।
ବିରାଟ ଅନୁଷ୍କାଙ୍କର ପ୍ରଶଂସା କରିବାକୁ ଯାଇ ଟୁଇଟରରେ ଲେଖଛନ୍ତି, ‘ଗତ ରାତିରେ ‘ପରୀ’ ଦେଖିଥିଲି। ଏହି ସିନେମାଟି ମୋର ପତ୍ନୀଙ୍କର ଏଯାବତ୍ ସବୁଠାରୁ ସୁନ୍ଦର ସିନେମା। ଏହାପୂର୍ବରୁ ମୁଁ ତାଙ୍କର ଏଭଳି କୌଣସି ସିନେମା ଦେଖି ନ ଥିଲି । ସିନେମାରେ ଅନୁଷ୍କାଙ୍କ ଅଭିନୟ ଦେଖି ମୋତେ ଖୁବ୍ ଭୟ ଲାଗିଥିଲା। କିନ୍ତୁ ତୁମ ପାଇଁ ମୁଁ ଗର୍ବିତ ଅନୁଷ୍କା। ’
ଏହାପୂର୍ବରୁ ଅନୁଷ୍କା ଶର୍ମା ସିନେମାର ଟିଜରକୁ ‘ସି ଉଇଲ୍ ଗ୍ରୋ ଅନ୍ ୟୁ....’ଲେଖି ଇନ୍ଷ୍ଟାଗ୍ରାମରେ ସେୟାର କରିଥିଲେ। ଯାହା ବହୁ ଲୋକଙ୍କୁ ପସନ୍ଦ ମଧ୍ୟ ଆସିଥିଲା। ଅନୁଷ୍କାଙ୍କ ସିନେମା ‘ପରୀ’ର ଟ୍ୟାଗଲାଇନ୍ ହେଉଛି ‘ନଟ୍ ଏ ଫେରିଟେଲ୍।’ ଏହି ସିନେମା ଜରିଆରେ ପ୍ରୋଜିତ ରାୟ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଛନ୍ତି। ସିନେମା ‘ପରୀ’ପରେ ଅନୁଷ୍କା ଶର୍ମା ଶାହାରୁଖ ଖାନ୍ଙ୍କ ସହିତ ସିନେମା ‘ଜିରୋ’ରେ ନଜର ଆସିବେ।