ବିଗ୍‌ ବସ୍‌-୧୨ର ବିଜୟିନୀ ହେବା ପରେ ସ୍ୱାମୀଙ୍କ ସହ ଏପରି ଧୁମ୍‌ଧାମ୍‌ରେ ଖୁସି ମନାଉଛନ୍ତି ଦୀପିକା, ଭିଡିଓ ହେଲା ଭାଇରାଲ୍‌

ମୁମ୍ବାଇ: ଟେଲି ନାୟିକା ଦିପିକା କକ୍କର ‘ବିଗ୍‌ବସ୍‌-୧୨’ର ବିଜୟିନୀ ହୋଇ ୩୦ ଲକ୍ଷ ଟଙ୍କା ନେଇ ନିଜ ଘରକୁ ଫେରିଛନ୍ତି। ତେବେ, ଦୀପିକି ‘ବିଗ୍‌ବସ୍‌’ ହାଉସରୁ ବାହାରିବା ପରେ ସେ ନିଜ ସ୍ୱାମୀ ସୋଏବ ଇବ୍ରାହିମ୍‌ ଏବଂ ତାଙ୍କ ପରିବାର ଲୋକଙ୍କ ସହ ନିଜର ବିଜୟ ଖୁସି ମନାଉଛନ୍ତି। ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିବା ଭିଡିଓରେ ଦିପିକା ୨ଟି କେକ୍‌ କାଟୁଥିବାର ଦେଖିବାକୁ ମିଳିଛନ୍ତି। ସେ ନିଜ ପରିବାର ଲୋକଙ୍କ ସହ ଖୁସି ମନାଉଥିବା ବେଳେ ସାମାନ୍ୟା ଭାବପ୍ରବଣ ବି ହୋଇ ପଡ଼ିଥିବା ନଜର ରହିଛି। ପ୍ରଶଂସକମାନେ ଭୋଟ ଦେଇ ତାଙ୍କୁ ‘ବିଗ୍‌ବସ୍‌-୧୨’ ଜିତାଇବା ପାଇଁ ସାହାଯ୍ୟ କରିଥିବା ହେତୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

 

ଉଲ୍ଲେଖଯୋଗ୍ୟ, ବିଗ୍‌ବସ୍‌ ହାଇସ୍‌କୁ ସମୁଦାୟ ୨୦ ଜଣ ପ୍ରତିଯୋଗୀ ଯାଇଥିଲେ। ବିଚିତ୍ର ଯୋଡ଼ି ଓ ଏକୁଟିଆ ଭାବେ ଚିହ୍ନା, ଅଚିହ୍ନା ଅନେକ ମୁହଁ ଦେଖିବାକୁ ମିଳିଥିଲା। ଶେଷକୁ କ୍ରିକେଟ୍‌ ତାରକା ଶ୍ରୀଶାନ୍ତ, ଦୀପକ ଓ ଦୀପିକା ରହିଥିଲେ। ଦୀପକ ଆଉ ନଖେଳି ୨୦ ଲକ୍ଷ ଟଙ୍କା ନେଇ ଘରକୁ ଫେରି ଯାଇଥିଲେ। ଶେଷରେ ଦୀପିକା ଓ ଶ୍ରୀଶନ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା ଓ ବିଜୟିନୀ ହୋଇଥିଲେ ଦୀପିକା କକ୍କର।

ସମ୍ବନ୍ଧିତ ଖବର