ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । ଯାହା ପରେ କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ଶନିବାର ଏହି ମାମଲାକୁ କେନ୍ଦ୍ର କରି ଆଉ ଏକ ଖବର ସାମ୍ନାକୁ ଆସିଥିଲା । ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ ଦୁଇ ଜଣ ବାଇକ୍ ଆରୋହି ଆକ୍ରମଣ କରିବା ସହ ଏତଲା ଫେରାଇ ଆଣିବାକୁ ଧମକ ଦେଇଥିଲେ ବୋଲି ଜଣା ପଡ଼ିଥିଲା । ଏ ନେଇ ପୀଡ଼ିତା ମୁମ୍ବାଇ ପୁଲିସରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ହେବା ପରେ ଏହାକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି କରଣଙ୍କ ଓକିଲ ଦିନେଶ ତିଓ୍ଵାରୀ । ତାଙ୍କ କହିବା ଅନୁଯାୟୀ, କରଣଙ୍କ ଜାମିନକୁ ରୋକିବା ପାଇଁ ଅଭିନେତ୍ରୀଜଣଙ୍କ ଏଭଳି ଷଡ଼ଯନ୍ତ୍ର କରିଛନ୍ତି । କରଣଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇ ନାହିଁ ।
indiatimes.comଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଉପରେ ଦୁଇଜଣ ବାଇକ୍ ଆରୋହି ଛୁରିରେ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଏକ ଚିଠି ଫିଙ୍ଗିଥିଲେ । ଚିଠିରେ ଏତଲା ଫେରାଇ ଆଣିବାକୁ ଧମକ ଦିଆଯାଇଥିଲା । ତେବେ ପୁଲିସ ପଚାଉଚରା ଜାରି ରଖିବା ସହ ତଦନ୍ତକୁ ବଢ଼ାଇଥିବା ଜଣା ପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/karan_oberoi_woman_astrologer_rape_accusation_1557647701_725x725.jpg)