ବାବୁସାନଙ୍କ ସହ ପୁଣି ଯୋଡି ହେଲେ ଓଲିଉଡର ଏହି ଟିନଏଜର୍‌ ହିରୋଇନ୍‌ , ଜାଣନ୍ତୁ ସେ କିଏ

ଭୁବନେଶ୍ୱର: ସିନେପ୍ରେମୀ ସୁପରଷ୍ଟାର୍‌ ବାବୁସାନଙ୍କ ସହ ଜଣେ ନାୟିକାଙ୍କୁ ଖୁବ୍‌ ପସନ୍ଦ କରିଥିଲେ । ଗତବର୍ଷ ଦଶହରାରେ ରିଲିଜ୍‌ ହୋଇଥିବା ଏକ ଓଡିଆ ସିନେମାରେ ଏକ ଅନ୍‌ସ୍କ୍ରିନ୍‌ ଯୋଡ଼ି ଧମାଲ୍‌ କରିଥିଲେ। ଏଥର ପୁଣି ପୂଜା ବଜାରକୁ ଆସିବା ଲାଗି ପ୍ରସ୍ତୁତ ହେଲେଣି ଏହି ଯୋଡି।
ଏଠାରେ ଯେଉଁ ଅନ୍‌ସ୍କ୍ରିନ୍‌ ଯୋଡି କଥା କୁହାଯାଉଛି ,ସେ ହେଲେ ବାବୁସାନ୍‌-ଭୂମିକା।ଏହି ଯୋଡିଙ୍କର ପ୍ରଥମ ସିନେମା ହେଲା‘ହିରୋ ନମ୍ବର ଓ୍ଵାନ୍‌’, ଯାହା ଗତ ବର୍ଷ ପୂଜା ବଜାରରେ ମୁକ୍ତିଲାଭ କରିଥିଲା।ଏହି ଫିଲ୍ମରେ ବାବୁସାନ୍‌-ଭୂମିକାଙ୍କ ଯୋଡି ବି ଜମି ଯାଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ।
ଏବେ ପୁଣିଥରେ ବାବୁସାନ୍‌-ଭୂମିକାଙ୍କ ଯୋଡିକୁ ନେଇ ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ଏକ ଫିଲ୍ମ ନିର୍ମାଣ କରୁଛି।ଏହି ସିନେମାର ନାମକରଣ ହୋଇ ନାହିଁ। ତେବେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ହିଟ୍‌ ଡାଇରେକ୍ଟର ଅଶୋକ ପତି। ଅଭିଜିତ୍‌ ମଜୁମ୍‌ଦାର୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ,ସଂଳାପ ଲେଖିଛନ୍ତି ରଣଜିତ୍‌ ପଟ୍ଟନାୟକ।


ବାବୁସାନ୍‌-ଭୂମିକା ଯୋଡ଼ିଙ୍କର ଏହା ହେବ ଦ୍ୱିତୀୟ ସିନେମା। ଭୂମିକାଙ୍କର ଅନ୍ୟ ଫିଲ୍ମ ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି,ତାହା ହେଲା ‘ନାୟକର ନାଆଁ ଦେବଦାସ’। ତେବେ ବାବୁସାନ୍‌ଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ବି ଗଣେଶ ପୂଜାରେ ରିଲିଜ୍‌ ହେଉଛି। ତାହା ହେଲା‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’।
ତରଙ୍ଗ ସିନେ ପ୍ରଡକସନ୍‌ସର ବାବୁସାନ୍‌-ଭୂମିକାଙ୍କ ଅଭିନୀତ ଏହି ଫିଲ୍ମଟି ଏକ ରୋମାଣ୍ଟିକ୍‌ କମେଡି ବୋଲି ଜଣାଯାଇଛି।ଏଥିରେ ଅନ୍ୟାନ୍ୟ ମୁଖ୍ୟ ଭୂମିକାରେ ମହିରି ଦାସ,ବବି ମିଶ୍ର,ସଲିଲ୍‌ ମିତ୍ର ଓ ତ୍ରିଭୁବନ ପଣ୍ଡା ପ୍ରମୁଖ ଅଭିନୟ କରୁଛନ୍ତି।

ସମ୍ବନ୍ଧିତ ଖବର