ହିନ୍ଦୀ ସିନେମାକୁ ଆଉ ଏକ ଗ୍ରହଣ ଲାଗିଛି। ଦୁଇ ବଡ ତାରକା ଏଥର ଦୀପାବଳିରେ ଧମାକା କରିପାରିଲେ ନାହିଁ। ଗତ ଦୀପାବଳିରେ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ୨୬ କୋଟିରୁ ଅଧିକ ରୋଜଗାର କରିଥିବାବେଳେ ଏଥର ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର 'ରାମ ସେତୁ' ପ୍ରଥମ ଦିନରେ ୧୫ କୋଟିରେ ପହଞ୍ଚିଛି, ଯାହା ଚଳଚ୍ଚିତ୍ରର ମୋଟ ବଜେଟ୍ର ୧୦ ପ୍ରତିଶତ। ଅନ୍ୟପକ୍ଷରେ, ଅଜୟ ଦେବଗନଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ଼୍’ ପ୍ରଥମ ଦିନରେ ମୋଟ ବଜେଟ୍ର ୧୦ ପ୍ରତିଶତରୁ ଅଧିକ ଓପନିଂ କରି ସମ୍ମାନ ରକ୍ଷା କରିଛି। ଉଭୟ ଚଳଚ୍ଚିତ୍ରର ପ୍ରଥମ ସପ୍ତାହ ଶେଷ ନିର୍ଣ୍ଣାୟକ ପ୍ରମାଣିତ ହେବ।
‘ରାମ ସେତୁ’ ଅକ୍ଷୟ କୁମାରଙ୍କ ଶେଷ କରିସ୍ମା। ଜି ଷ୍ଟୁଡିଓ ଏହି ଫିଲ୍ମ ରିଲିଜ୍ କରିବା ଦାୟିତ୍ବ ନେଇଥିଲା। ଚଳଚ୍ଚିତ୍ର ନିର୍ମାଣର ଗାଣିତିକ ମୂଲ୍ୟ ପ୍ରାୟ ୨୧୫ କୋଟି ଟଙ୍କା। ପ୍ରାୟ ତିନି ହଜାର ପରଦାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନର ପ୍ରାରମ୍ଭିକ ଆକଳନ ଅନୁଯାୟୀ ମାତ୍ର ୧୫ କୋଟି ଟଙ୍କା ରୋଜଗାରରେ ସୀମିତ ରହି ଫ୍ଲଫ୍ ହୋଇଛି। ବଜେଟ୍ ଅନୁଯାୟୀ ଅଜୟ ଦେବଗନ୍, ସିଦ୍ଧାର୍ଥ ମାଲହୋତ୍ରା ଏବଂ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ 'ଥ୍ୟାଙ୍କ ଗଡ୍’ ସ୍ଥିତି ସମ୍ଭାଳିଛି। ଏହି ଚଳଚ୍ଚିତ୍ର ନିର୍ମାଣରେ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମଟି ବଜେଟର ୧୦ ପ୍ରତିଶତରୁ ଅଧିକ ରୋଜଗାର କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଫିଲ୍ମର ସଂଗ୍ରହ ପ୍ରାୟ ୮.୫୦ କୋଟି ଟଙ୍କା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/4sfhh453h1f321h23f132f.jpg)