ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି

0

ଭୁବନେଶ୍ୱର: ବେଳେବେଳେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଗୋଟିଏ ଫିଲ୍ମରେ ନଜର ଆସିଥିବା ଯୋଡ଼ିକୁ ରିପିଟ୍‌ କରିଥାଆନ୍ତି। ଏହି କାରଣରୁ ପୁଣି ଏକ ଫିଲ୍ମରେ ଦର୍ଶକ ଦେଖିବାକୁ ପାଆନ୍ତି ସେହି ଯୋଡ଼ିକୁ।
ଚଳିତ ବର୍ଷ ଦର୍ଶକ ଯେଉଁ ନୂଆ ଯୋଡ଼ିଙ୍କୁ ପରଦାରେ ଦେଖିବାକୁ ପାଇଛନ୍ତି,ସେଥିମଧ୍ୟରୁ ଗୋଟିଏ ହେଲା ଜ୍ୟୋତି-ଏଲିନାଙ୍କ ଯୋଡ଼ି। ଏହି ଯୋଡ଼ି ପ୍ରଥମ ଥର ପାଇଁ ତରଙ୍ଗ ସିନେ ପ୍ରଡ଼କସନ୍‌ସର ‘ହାପି ଲକି’ ସିନେମାରେ ପରଦାକୁ ଆସିଥିଲେ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଆଉ ଏକ ଯୋଡ଼ି ବି ଦେଖା ଦେଇଥିଲେ। ଏହି ଯୋଡ଼ି ହେଲେ ସମ୍ବିତ୍‌-ସସ୍ମିତା।

ଏବେ ପୁଣି ଜ୍ୟୋତି-ଏଲିନା ଯୋଡ଼ି ଆଉ ଥରେ ଏକ ଓଡ଼ିଆ ସିନେମାରେ କାମ କରୁଥିବାର ସୂଚନା ମିଳିଛି। ଏହି ଫିଲ୍ମର ନାଆଁ ହେଲା ‘ମହାଦେବ’। ନୂଆ ପ୍ରଯୋଜକ ଜ୍ୟୋତି ବେଉରା ଏହି ଫିଲ୍ମଟି ନିର୍ମାଣ କରୁଛନ୍ତି। ରସିକ ନାଗର,ଧୀରେ ଧୀରେ ପ୍ରେମ ହେଲା, ତୁ ଥିଲେ ମୋ’ଡ଼ର କାହାକୁ, ଧର୍ମ-ଦ ଫାଇଟର୍‌, ଲେଖିଛି ନାଆଁ ତୋ’ର, ଦିଲ୍‌କା ରାଜା ଓ ତୁ ମୋ’ ହିରୋ ଆଦି ସିନେମାର ନିର୍ଦ୍ଦେଶନା ଦେଇଥିବା ଦିଲୀପ ପଣ୍ଡା ‘ମହାଦେବ’ର ନିର୍ଦ୍ଦେଶକ ।

‘ମହାଦେବ’ ଏକ ଆକସନ୍‌ ପ୍ୟାକ୍‌ଡ଼ ଫିଲ୍ମ ବୋଲି କୁହାଯାଉଛି,ଯାହାର ସଂଳାପ ଲେଖିଛନ୍ତି ଡ଼ ରଜନୀ ରଂଜନ। ଏଥିରେ ଟାଇଟଲ୍‌ ରୋଲ୍‌ରେ ଅଛନ୍ତି ଜ୍ୟୋତି ଓ ତାଙ୍କର ପ୍ରେମିକା ଭୂମିକାରେ ଅଭିନୟ କରିବେ ଏଲିନା। ଦ୍ୱିତୀୟ ଥର ଏହି ଯୋଡ଼ିକୁ ଦର୍ଶକ କିପରି ପସନ୍ଦ କରୁଛନ୍ତି,ତାହା ଦେଖିବାକୁ ବାକି ରହିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.