କପୁର୍‌ ପରିବାରରେ ପୁଣି ହୋଇପାରେ ବଡ଼ ଉତ୍ସବ! ସୋନମଙ୍କ ବିବାହ ପରେ ସାନଝିଅ ରେହାଙ୍କ ପ୍ରେମିକଙ୍କୁ ଭେଟିଲେ ପିତା ଅନୀଲ କପୁର୍‌

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍‌ ଅଭିନେତା ଅନୀଲ କପୁରଙ୍କ ସୁକନ୍ୟା ତଥା ଅଭିନେତ୍ରୀ ସୋନମ କପୁରରଙ୍କ ବିବାହ ତାଙ୍କର ଦୀର୍ଘ ଦିନର ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ସଂପନ୍ନ ହୋଇଛି। ମୁମ୍ବାଠାରେ ବଡ଼ ଧୁମ୍‌ଧାମ୍‌ରେ ଅନୀଲ ତାଙ୍କ ଝିଅ ସୋନମଙ୍କ ବିବାହ କରାଇବା ପରେ ଏବେ କପୁର୍‌ ପରିବାରରେ ଆଉ ଏକ ବିବାହ ହୋଇପାରେ ବୋଲି ସନ୍ଦେହ କରାଯାଉଛି। କାହିଁକି ବଡ଼ ଝିଅର ବାହାଘର ପରେ ପିତା ଅନୀଲ ନିକଟରେ ସାନ ଝିଅ ରେହା କପୁରଙ୍କ ପ୍ରେମିକଙ୍କୁ ଭେଟିଛନ୍ତି ବୋଲି ଏକ ଫଟୋ ଭାଇରାଲ୍‌ ହୋଇଛି।

ଅନୀଲଙ୍କର ସାନ ଝିଅ ରେହାଙ୍କ ପ୍ରେମିକଙ୍କ ସହ ସାକ୍ଷାତ ସୋମାବାର ରାତିରେ ହୋଇଛି। ସେ ଦୁଇ ଜଣଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍‌ ବାହାରେ ଦେଖିବାକୁ ମିଳିଛି। ‘ରେସ୍‌-୩’ ରିଲିଜ୍‌ ହେବା ପରେ ବ୍ୟସ୍ତତାରୁ ବାହାରି ଅନୀଲ କପୁର୍‌ ପତ୍ନୀ ସୁନିତା ଏବଂ ଝିଅ ରେହାଙ୍କ ସହ ରାତ୍ର ଭୋଜନ ପାଇଁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍‌କୁ ବାହାରିଥିଲେ। ସେଠାରେ ସେମାନଙ୍କ ସହ ନିର୍ଦ୍ଦେଶକ କରଣ ବୁଲିନି ବି ଦେଖିବାକୁ ମିଳିଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରେହା ଓ କରଣ ଅନେକ ଦିନ ହେବ ପରସ୍ପରଙ୍କୁ ଡେଟିଂ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଅନୀଲ କପୁର୍‌ଙ୍କ ଝିଅ ରେହା ଟୁଇଟର୍‌ରେ ଟ୍ରୋଲ୍‌ କରିଥିବା କଥା ଚର୍ଚ୍ଚା ହୋଇଥିଲା। ଅନୀଲ ଟୁଇଟର୍‌ରେ ନିଜର ଏକ ଫଟୋ ପୋଷ୍ଟ୍‍ କରି ଲେଖିଥିଲେ, ‘ଏହି ଫଟୋଟି ମୁଁ ମୋ ଭଲପାଇବା ସୁନିତାଙ୍କୁ ମେସେଜ୍‌ କରୁଥିବା ବେଳେ ଉଠାଯାଇଛି। ସେ ୧୦ ଦିନ ପରେ ଅଷ୍ଟ୍ରେଲିଆରୁ ଫେରୁଛନ୍ତି। ବିଶ୍ୱାସ କରିବନି ଜାନ୍‌, ତୁମ ବିନା ଏହି ୧୦ ଦିନ କେତେ କଷ୍ଟଦାୟକ ଥିଲା।’

ଅନୀଲଙ୍କର ଏହି ପୋଷ୍ଟ୍‍ରେ ଝିଅ ରେହା ମତ ରଖିଥିଲେ, ‘ଡ୍ୟାଡ୍‌! ତୁମେ ଟିକେ ‘ଏକ୍ସଟ୍ରା’ ହେଇ ଯାଉଛି।’ ରେହାଙ୍କ ଏପରି କୌତୂକିଆ କମେଣ୍ଟ୍‌ର ରିପ୍ଲାଏ କରି ଅନୀଲ ଲେଖିଥିଲେ, ‘ତୁମେ ଅର୍ଡିନାରି ଶବ୍ଦ ଲେଖିବାକୁ ଭୁଲିଗଲ ଡାଲିଂ। #ଏକ୍ସଟ୍ରା ଅର୍ଡିନାରି।’ ରେହାଙ୍କ କମେଣ୍ଟ୍‌ରେ ଅନୀଲଙ୍କ ବଡ଼ ଜ୍ୱାଇଁ ଆନନ୍ଦଙ୍କର ଗୋଟାଏ ଲଭ୍‌ ସିମ୍ବଲ୍‌ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର