ପୁଣି ଫେରୁଛି ‘ପବିତ୍ର ରିସ୍ତା’, ଦେଖିପାରିବେ ସୁଶାନ୍ତ-ଅଙ୍କିତାଙ୍କ ଲଭଷ୍ଟୋରୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ତ୍ତମାନ ୧ମାସ ହେବାକୁ ଯାଉଛି | ତେବେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ମନେପକାଇ ଏବେ ବି ଶୋକରେ ଅଛନ୍ତି । ଆଉ ବର୍ତ୍ତମାନ ସୁଶାନ୍ତଙ୍କ ଧାରାବାହିକ ପବିତ୍ର ରିସ୍ତାକୁ ପୁନଃ ପ୍ରସାରଣ କରାଯାଇଛି | ତେବେ ଏହା ଟିଭିରେ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଫେରିଛି | ଓଟିଟି ପ୍ଲାଟଫର୍ମ ଜି ୫ରେ ୧୧ ବର୍ଷ ପରେ ସୁଶାନ୍ତ ଏବଂ ଅଙ୍କିତାଙ୍କ କେମେଷ୍ଟ୍ରି ପୁଣି ଦେଖିବାକୁ ମିଳିଛି | ଶୋ’ର ସମସ୍ତ ଏପିସୋଡ୍ ଜି ୫ ରେ ରଖାଯାଇଛି, ଯାହାକୁ ପ୍ରଶଂସକମାନେଯେ କୌଣସି ସମୟରେ ଦେଖିପାରିବେ | ସୁଶାନ୍ତଙ୍କ କ୍ୟାରିଅରରେ ଧାରାବାହିକ ପବିତ୍ର ରିସ୍ତା ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି |

କାରଣ ଏହି ଧାରାବାହିକ ହିଁ ତାଙ୍କୁ ପରିଚିତ କରାଇଥିଲା | କୁହାଯାଏ ଏହି ସିରିଏଲ ଯୋଗୁଁ ସେ ଅଙ୍କିତା ଲୋଖଣ୍ଡେଙ୍କ ପ୍ରେମରେ ପଡ଼ିଥିଲେ ଏବଂ ସେମାନଙ୍କ ସମ୍ପର୍କ ଦୀର୍ଘ ସମୟ ଧରି ରହିଥିଲା | ପବିତ୍ର ରିସ୍ତା ଧାରାବାହିକ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା ଓ ଟିଆରପି ମାମଲାରେ ଏହା ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା |

କିନ୍ତୁ ଏହି ସିରିଏଲରେ ସୁଶାନ୍ତଙ୍କୁ କାଷ୍ଟ କରିବା ପାଇଁ ଏକତା କପୁରଙ୍କ ନିଷ୍ପତ୍ତି ଥିଲା ଏବଂ ଚ୍ୟାନେଲ ଏଥିରେ ଖୁସି ନଥିଲା। ଏକତା ନିଜେ କହିଛନ୍ତି ଯେ ସୁଶାନ୍ତ ତାଙ୍କ ସିରିଏଲ୍ ‘କିସ୍ ଦେଶ ମେଁ ମେରା ଦିଲ୍’ରେ କାମ କରୁଥିଲେ। ତେବେ ସୁଶାନ୍ତ ପବିତ୍ର ରିସ୍ତାରେ ଭଲ ଅଭିନୟ କରିବେ ଭାବି ସୁଯୋଗ ଦେଇଥିଲେ | ଯାହାକୁ ସୁଶାନ୍ତ ପ୍ରମାଣିତ ମଧ୍ୟ କରିଥିଲେ |

ସମ୍ବନ୍ଧିତ ଖବର