ପୁଣି ରବିନାଙ୍କ ରିଲ୍ ରୋମାନ୍ସ

ପୁଣି ପରଦାକୁ ଆସୁଛନ୍ତି ବଲିଉଡ୍‌ର ରୋମାନ୍ସ ଗର୍ଲ ରବିନା ଟଣ୍ଡନ୍। ଆକ୍ସନ୍ ଷ୍ଟାର୍ ଅକ୍ଷୟ କୁମାରଙ୍କ ସହ କିଛି ସିନେମାରେ ଜବରଦସ୍ତ ରୋମାନ୍ସ କରିଥିବା ରବିନା ଏଥର କିନ୍ତୁ ଅକ୍ଷୟ ଖାନ୍ନାଙ୍କ ସହ ରୋମାନ୍ସ କରିବେ। ଏକଥା ଶୁଣି ରବିନାଙ୍କ ଫ୍ୟାନ୍‌ମାନେ ଉତ୍ସାହିତ ହେଲେଣି। ଏହା ଏକ ୱେବ୍ ସିରିଜ୍, ଯାହା ବିଶ୍ବର ସବୁ ସିନେ ଦର୍ଶକଙ୍କ ପାଇଁ ମନୋରଂଜନର ଖୋରାକ୍ ଯୋଗାଇବ ବୋଲି ନିର୍ଦ୍ଦେଶକ ବିଜୟ ଗୁଟ୍ଟି ଆଶା କରିଛନ୍ତି।

ବିଜୟ ଅତୀତରେ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍‌ ମିନିଷ୍ଟର’ ଚଳଚ୍ଚିତ୍ର ଭେଟି ଦେଇ ଦର୍ଶକଙ୍କୁ ଚକିତ କରିଛନ୍ତି। ‘ଲିଗାସି’ ଫିଲ୍ମରେ ନାୟକ ଭାବେ ସୁଯୋଗ ପାଇବା ପରେ ଅକ୍ଷୟ ଖାନ୍ନା କହିଛନ୍ତି, ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌। ଏହା ମୋ ପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରଥମ ସିନେମା ହେବ’। ରବିନା ‘ଲିଗାସି’ର ଲିଡ୍ ଲେଡି ସାଜୁଥିବାରୁ ସେ ମଧ୍ୟ ବେଶ୍ ଉତ୍ସାହିତ ହେଇଛନ୍ତି। ସେ କହିଛନ୍ତି, ‘ଲିଗାସିର ବିଷୟ ବସ୍ତୁ ଶକ୍ତି ଓ ସଙ୍ଘର୍ଷ ଉପରେ ପର୍ଯ୍ୟବସିତ। ନିର୍ଦ୍ଦେଶକ ବିଜୟ ଗୁଟ୍ଟି କହିଛନ୍ତି, ‘ମୁଁ ଲିଗାସି ଚଳଚ୍ଚିତ୍ରରେ ଥିବା ବିବିଧ କଥାବସ୍ତୁକୁ ନେଇ ଉତ୍ସାହିତ ହୋଇପଡ଼ିଛି। ମୋତେ ଲାଗୁଛି ଏହା ମୋ ପାଇଁ ବହୁ ଆକାଙ୍‌କ୍ଷିତ ବିଷୟବସ୍ତୁ। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ଆଫ୍ଟର ଷ୍ଟୁଡିଓଜ୍, ଏଏ ଫିଲ୍ମସ ଏବଂ ସନ୍ନି ବକ୍ସି।

ସମ୍ବନ୍ଧିତ ଖବର