ପୁଣି ଛାତ୍ରଙ୍କ ସପକ୍ଷରେ ବାହାରିଲେ ସୋନୁ

ଅଭିନେତା ସୋନୁ ସୁଦ୍ କରୋନା ସମୟରେ ଲୋକଙ୍କୁ ସହାୟତା କରି ଜଣେ ସ୍ବେଚ୍ଛାସେବୀରୁ ବି ଅଧିକ ବୋଲି ସାଧାରଣରେ ଏକ ଛବି ତିଆରି କରିଛନ୍ତି। ଏହା ସହିତ ବିଭିନ୍ନ ସମ୍ବେଦନଶୀଳ ମାମଲା ଓ ନିଷ୍ପତ୍ତି ଉପରେ ମଧ୍ୟ ସେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ତେବେ ନିକଟରେ ପରୀକ୍ଷା ନ ହେବାକୁ ନେଇ କିଛି ଛାତ୍ର ଆନ୍ଦୋଳନ କରୁଥିବା ବେଳେ ଆଜି ସୋନୁ ଏନେଇ ଏକ ଭିଡିଓ ଟ୍ବିଟ୍ କରିଛନ୍ତି।

ଭିଡିଓରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯେତେବେଳେ କରୋନାର ସ୍ଥିତି ନିୟନ୍ତ୍ରଣରେ ଥିଲା ସେତେବେଳେ ପରୀକ୍ଷା ନକରି ଏବେ ପ୍ରତିଦିନ ଲକ୍ଷାଧିକ ଆକ୍ରାନ୍ତ ବାହାରୁଥିବା ବେଳେ ପିଲାଙ୍କ ବୋର୍ଡ ପରୀକ୍ଷା କରାଇବା ନିଷ୍ପତ୍ତି ସଂପୂର୍ଣ୍ଣ ଭୁଲ୍ ବୋଲି ସେ କହିଛନ୍ତି। ତେବେ କରୋନାର ପ୍ରଥମ ଲହର ବେଳେ ମଧ୍ୟ ସୋନୁ ଗତ ବର୍ଷ ପିଲାଙ୍କ ସପକ୍ଷରେ ମତ ଦେଇଥିଲେ। ଏଥର ବି ପରୀକ୍ଷା ରବ୍ଦ କରିବାକୁ କହିବା ସହ ସ୍କୁଲ୍, କଲେଜ୍ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ଆଭ୍ୟନ୍ତରୀଣ ଉପାୟରେ ତଥା ଇଣ୍ଟରନାଲ୍ ପରୀକ୍ଷା ଅନୁଯାୟୀ ମାର୍କ ଦିଅନ୍ତୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର