‘ଜଙ୍ଗଲ’ରେ ‘ଭୈରବ’ର ନାୟିକା

ଭୁବନେଶ୍ବର: ‘ଲାଲ୍‌ ପାନ୍‌ ବିବି’ ଚଳଚ୍ଚିତ୍ରରେ ମହାଶ୍ବେତା ରାୟଙ୍କର ଯେମିତି ଚୁଲ୍‌ବୁଲି ଏବଂ ନଟ୍‌ଖଟି ଚରିତ୍ର ଥିଲା, ଠିକ୍ ସେହିଭଳି ଚରିତ୍ରରେ ସେ ଅଭିନୟ କରିବାକୁ ସବୁ ବେଳେ ସ୍ୱପ୍ନ ଦେଖି ଆସିଛନ୍ତି । ଏହି ନାୟିକାଙ୍କାର ଉକ୍ତ ସ୍ବପ୍ନ ପୂରଣ ହୋଇ ନଥିଲେ ବି ଆଉ ଏକ ଘଟଣା ଘଟିଛି। ହଁ ମହାଶ୍ବେତାଙ୍କ ଭଳି ଶିକାରୀ ବନିଛନ୍ତି ସେ । ତେବେ ଏହା ରିଲ୍ ଲାଇଫରେ ଘଟିଛି। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି ତାଙ୍କର ନାଆଁ ହେଲା ଆହନା।

ସେ ‘ଭୈରବ’ ଏବଂ ‘ବ୍ଲାକ୍‌ମେଲ୍’ ଭଳି ସିନେମାରେ ନାୟିକା ଭୂମିକାରେ ଆସିଛନ୍ତି। ‘ଭୈରବ’ରେ ଆହନା ନବାଗତ ଅସିତଙ୍କ ବିପକ୍ଷରେ ନଜର ଆସିଥିବା ବେଳେ ‘ବ୍ଲାକ୍‌ମେଲ୍’ରେ ସେ ଅର୍ଦ୍ଧେନ୍ଦୁ ଓ ସିଦ୍ଧାନ୍ତଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ।
ଏବେ ଆହନା ଅନ୍ୟ ଏକ ଓଡ଼ିଆ ସିନେମା ‘ଜଙ୍ଗଲ’ରେ ଅଭିନୟ କରୁଛନ୍ତି। ଏଥିରେ ମିଳିଛି ତାଙ୍କୁ ଜଣେ ଶିକାରୀର ଭୂମିକା। ଏହି ସିନେମାରେ ନିଜର ଚରିତ୍ର ସଂପର୍କରେ ଆହନା କହନ୍ତି,‘ମୋ ପୂର୍ବ ଫିଲ୍ମରେ ଥିବା ଚରିତ୍ର ଠାରୁ ଏହା ସମ୍ପୁର୍ଣ୍ଣ ଭିନ୍ନ । ଏଥିରେ ମୁଁ ଜଣେ ଗାଉଁଲି ଝିଅର ଚରିତ୍ରରେ ଅଭିନୟ କରିଛି । ଏହି ଫିଲ୍ମରେ ମୋତେ ନୂଆ ଲୁକ୍‌ ଦିଆଯାଇଛି ।’

ଏହି ସିନେମାରେ ବିଶ୍ବ, ରବି ମିଶ୍ର, ମାମା, ଜ୍ୟୋତି ପ୍ରମୁଖଙ୍କ ସହ ସେ ଦେଖା ଦେବେ। ‘ଜଙ୍ଗଲ’ର ନିର୍ଦେଶନା ଦେଉଛନ୍ତି ଟି ଗଣେଶ। ଏସ୍ ଚନ୍ଦ୍ରକାନ୍ତ ଏହାର ସଂଗୀତ ନିର୍ଦେଶକ।

ସମ୍ବନ୍ଧିତ ଖବର