‘ଥରେ ଆଲିଆ ପାଇଁ ମୋ ସହ ଲଢ଼ିଥିଲୁ, ଏବେ ଆଲିଆ ବିବାହକୁ ବି ଡାକିଲାନି, ଔକାତ ଜଣାପଡ଼ିଲା ଟି ପୁଅ?

ମୁମ୍ବାଇ: ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ସେ ଦୁହେଁ ଆନୁଷ୍ଠାନିକ ଭାବେ ପତି-ପତ୍ନୀ ବନିବେ। ଉଭୟ ରଣବୀର ଓ ଆଲିଆଙ୍କ ଘର କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ସେମାନଙ୍କ ଘରକୁ ଏହି ସ୍ବତନ୍ତ୍ର ଉତ୍ସବ ପାଇଁ ଉଜ୍ଜ୍ବଳ ଆଲୋକରେ ସୁସଜ୍ଜିତ କରାଯାଇଛି। ଦୁହଁଙ୍କ ବିବାହକୁ ନେଇ ବିଭିନ୍ନ ଲୋ‌କ ବିଭିନ୍ନ ପ୍ରକାରର ଶୁଭେଚ୍ଛା ବାର୍ତ୍ତା ଦେଉଥିବା ବେଳେ ବିବାଦୀୟ ତଥା ଆତ୍ମଘୋଷିତ ବଲିଉଡ୍‌ ସମାଲୋଚକ କମଲ୍‌ ଆର୍‌ ଖାନ୍‌ ଦୁଇ ଦୁଇଟି ବିବାଦୀୟ ଟ୍ବିଟ୍‌ କରିଛନ୍ତି।

 

ପ୍ରଥମ ଟ୍ବିଟ୍‌ ସେ ବଲିଉଡ୍‌ ଦବଙ୍ଗବୟ ସଲମାନ ଖାନଙ୍କୁ ଇଙ୍ଗିତ କରି ଲେଖିଛନ୍ତି। ସେ ଏପ୍ରିଲ୍‌ ୧୧ ତାରିଖରେ କରିଥିବା ଟ୍ବିଟ୍‌ରେ ଲେଖିଛନ୍ତି, ‘ପ୍ରିୟର ରଣବୀର-ଆଲିଆ ତମେମ‌ାନେ ବୃଦ୍ଧଙ୍କୁ ତମ ବିବାହକୁ ନିମନ୍ତ୍ରଣ ନକରିବା ଆଦୌ ଉଚିତ ହେଲାନି। ତାଙ୍କ ନିଜ ବାହାଘର ତ ହେଉନି। ବିଚରାକୁ ଦେଖିବାକୁ ତ ଦେଇଥାନ୍ତ।’

 

ସେହିଦିନ କରିଥିବା ଆଉ ଏକ ଟ୍ବିଟ୍‌ରେ ‌ସେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ‘ଥରେ ଆଲିଆ ଭଟ୍ଟ ପାଇଁ ସିଦ୍ଧାର୍ଥ ମଲହୋତ୍ରା ମୋ ସହ ଲଢ଼ିଥିଲା। ଏବେ ଆଲିଆ ତାକୁ ନିଜ ବିବାହକୁ ବି ନିମନ୍ତ୍ରଣ ଦେଇନାହିଁ। ଔକାତ ଜଣାପଡ଼ିଗଲାଟି ପୁଅ। ଧୋବି କା କୁତା ଘର୍‌ କା ନା ଘାଟ୍‌ କା।’

 

ସମ୍ବନ୍ଧିତ ଖବର