ଶ୍ରୀଦେବୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ; ଚେନ୍ନାଇରେ ପୂଜା କଲେ କପୁର ପରିବାର

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀ ଗତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ସମସ୍ତ ପ୍ରଶଂସକଙ୍କୁ ଶୋକ ସାଗରରେ ଭସାଇ ଇହଧାମ ପରିତ୍ୟାଗ କରିଥିଲେ। ତାଙ୍କର ଦୁବାଇର ଏକ ହୋଟେଲ୍‌ରେ ମୃତ୍ୟୁ ଘଟିବା ପରେ ଭାଙ୍ଗି ପଡ଼ିଥିଲା ପୂରା କପୁର ପରିବାର ଓ ବଲିଉଡ୍‌ । ପ୍ରଶଂସକ ବି ସହଜରେ ଗ୍ରହଣ କରିପାରି ନଥିଲେ ଚାନ୍ଦନୀଙ୍କ ମୃତ୍ୟୁ ଖବରକୁ। ଯାହା ବି ହେଉ, ମୃତ ଧୃବ ସତ୍ୟ, ଯେହେତୁ ଶେଷରେ ସଭିଁଙ୍କୁ ପ୍ରକୃତିସ୍ଥ ହେବାକୁ ପଡ଼ିଥିଲା। ଚାହୁଁ ଚାହୁଁ ଶ୍ରୀଦେବୀଙ୍କ ଦେହତ୍ୟାଗକୁ ବର୍ଷେ ହୋଇ ଗଲାଣି। ତାଙ୍କର ୨୪ ତାରିଖରେ ମୃତ୍ୟୁ ହୋଇଥିଲେ ବି ତିଥି ଅନୁସାରେ ତାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଫେବ୍ରୁଆରି ୧୪ ତାରିଖ ଅର୍ଥାତ ଆଜିର ଦିନରେ ପଡ଼ିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଶ୍ରୀଦେବୀଙ୍କ ବର୍ଷିକିଆ ପାଇଁ କପୁର ପରିବାର ପକ୍ଷରୁ ଚେନ୍ନାଇରେ ଏକ ପୂଜାର ଆୟୋଜନ ହୋଇଯାଇଛି। ପୂର୍ବରୁ ଏହି ପୂଜାରେ ପୂରା କପୁର ପରିବାର ଅର୍ଥାତ ବୋନି କପୁର୍‌, ଜାହ୍ନବୀ, ଖୁସି ଉପସ୍ଥିିତ ରହିବେ ବୋଲି ଖବର ପ୍ରକାଶ ପାଇଥିଲେ ବି ଫଟୋରେ ଦେଖିବାକୁ ମିଳିଛନ୍ତି କେବଳ ବୋନି କପୁର ଓ ତାଙ୍କ ସାନ ଭାଇ ତଥା ବିଶିଷ୍ଟ ଅଭିନେତା ଅନୀଲ କପୁର୍‌।

ସମ୍ବନ୍ଧିତ ଖବର