ତୈମୁର ଗିଟାର୍‌ ବଜାଉ ଥିବାର ଏହି କିଉଟ ଭିଡିଓ ଭାଇରାଲ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅଭିନେତ୍ରୀ କରିନା କପୁରଙ୍କ ପୁତ୍ର ତୈମୁର ଅଲ୍ଲୀ ଖାନ୍‌ ନିଜର କିଉଟ୍‌ନେସ୍‌ ପାଇଁ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ତୈମୁର ଜନ୍ମ ହେବାର କିଛିଦିନ ପରଠାରୁ ହିଁ ସେ ମିଡିଆରେ ଏକ ସ୍ୱତନ୍ତ୍ରସ୍ଥାନ ବନାଇ ସାରିଛନ୍ତି। ଧୀରେ ଧୀରେ ବଡ଼ ହେବା ସହିତ ତୈମୁର ମିଡିଆ ସହିତ କେମିତି ଖାପଖୁଆଇବାକୁ ହେବ ତାହା ବି ଶିଖି ଗଲେଣି। ନିକଟରେ ସେ ମଡିଆକୁ ହାଏ କହିବା ସହିତ ପୋଜ କେମିତି ଦିଆଯାଏ, ତାହାର ବି ଏକ ଭିଡିଓ ସାମ୍ନାକୁ ଆସିଥିଲା। ତୈମୁରଙ୍କ ପ୍ରତ୍ୟେକଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରରେ ଲାଗିଥାଏ। ଏହି କ୍ରମରେ ତୈମୁରଙ୍କ ଏକ କିଉଟ୍‌ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଖୁସି ବି ଲାଗୁଛି।

ସେଲିବ୍ରିଟି ଫଟୋଗ୍ରାଫର ମାନବ ମଙ୍ଗାଲାନିଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ତୈମୁର ଖୁବ୍‌ ମଜା ନେଇ ଗିଟାର୍‌ ବଜାଉଥିବା ନଜର ଆସୁଛନ୍ତି। ଗଛତଳେ ବ୍ଲୁ ରଙ୍ଗର ଟି-ସାର୍ଟ ଓ ପେଣ୍ଟ ପିନ୍ଧି ଜଣେ ବ୍ୟକ୍ତିଙ୍କ ଦହିତ ବସି ସମୟ ବିତାଉଛନ୍ତି ଓ ମ୍ୟୁଜିକ୍‌ର ଆନନ୍ଦ ନେଉଛନ୍ତି ସେ। ତୈମୁରଙ୍କ ଏହି ଭିଡିଓକୁ ଇଣ୍ଟରନେଟରେ ଏଯାବତ୍‌ ଲକ୍ଷାଧିକ ଲୋକ ଦେଖି ସାରିଲେଣି।

 

ସମ୍ବନ୍ଧିତ ଖବର