ମୁମ୍ବାଇ: ବିବାହର ଦୀର୍ଘ ବର୍ଷ ପରେ ନିଜ ପ୍ରେମ କାହାଣୀ ସଂପର୍କରେ ପ୍ରଶଂସକଙ୍କୁ କହିଛନ୍ତି ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ। ଦୁଇ ପ୍ରେମୀ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ଏକ ସ୍ୱପ୍ନ ପରି। ଥିଲା। ଏହି ପ୍ରେମ କାହାଣୀ ୨୦୦୭ ମସିହାରେ ନେଇଥିଲା ନୂଆ ମୋଡ଼ । ଅଭି-ଐଶ ୨୦୦୭ ମସିହାରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ସେମାନଙ୍କର ପ୍ରେମର ଏକମାତ୍ର ସନ୍ତକ ଝିଅ ଆରାଧ୍ୟାର ଆଗମନ ପାରସ୍ପରିକ ବନ୍ଧନକୁ କରିଥିଲା ମଜବୁତ୍।
ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ପ୍ରେମ ବିଷୟରେ ଅଭିଷେକ ବଖାଣି ଥିଲେ। ସେ କହିଥିଲେ ‘ଆମେ ଦୁହେଁ ପ୍ରଥମେ ‘ଢାଇ ଅକ୍ଷର ପ୍ରେମକେ’ରେ ଏକତ୍ର କାମ କଲୁ। ସେବେଠାରୁ ଆମେ ପରସ୍ପରଙ୍କୁ ବନ୍ଧୁ ମାନୁଥିଲୁ। ଆମେ ଦିନକୁ ଦିନ ଖୁବ୍ ଭଲ ବନ୍ଧୁ ହୋଇ ଯାଇଥିଲୁ। ତା’ପରେ ଆମେ ‘କୁଛ୍ ନା କହୋ’ ଚଳଚ୍ଚିତ୍ର ସାଥୀ ହୋଇ କାମ କଲୁ। ସେ ସମୟରେ ବି ଆମ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଥିଲା। ଧୀରେ ଧୀରେ ଭାବନା ବଢ଼ିବାଲେ ଲାଗିଲା। ‘ଉମରାଓ ଜାନ୍’ ଚଳଚ୍ଚିତ୍ରର ସୁଟିଂ ସମୟରେ ଆମ ଭିତରେ ଘନିଷ୍ଠତା ବଢ଼ିଲା। ତା’ପରେ ମୁଁ ହିଁ ନିଜ ଆଡୁ ପ୍ରଥମେ ଐଶ୍ୱର୍ଯ୍ୟଙ୍କୁ ପ୍ରେମ ନିବେଦନ କରିଥିଲି। ତା’ପରେ ଆମର ବିବାହ ହୋଇଥିଲା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/abhishek_ash1.jpeg)