ମା’ ବୃନ୍ଦା ରାୟଙ୍କ ସହିତ ରହିବାକୁ ଚାହୁଁଛନ୍ତି ଐଶ୍ୱର୍ଯ୍ୟା! ଜାଣନ୍ତୁ ଏହା ପଛର କାରଣ!…

ମୁମ୍ବାଇ: ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କ ଅଲିଅଳି ବୋହୂ ଐଶ୍ୱର୍ଯ୍ୟାର ଏଣିକି ମା’ ବୃନ୍ଦା ରାୟଙ୍କ ସହିତ ରହିବାକୁ ଚାହୁଁଛନ୍ତି। ତେବେ, ଆପଣଙ୍କୁ ଲାଗୁ ଥାଇପାରେ କି ବୋଧହୁଏ ଐଶ୍‌ଙ୍କର ବଚ୍ଚନ ପରିବାର ସହିତ ମନୋମାଳିନ୍ୟ ହୋଇଛି; ଆଉ ସେ ଶଶୂର ଘର ଛାଡ଼ି ବାପ ଘରେ ରହିବାକୁ ଚାହୁଁଛନ୍ତି ବୋଲି! ହେଲେ ଆପଣଙ୍କର ଏହା ଭାବିବାଟା ବିଲ୍‌କୁଲ୍‌ ହିଁ ନୁହେଁ। କଥା କ’ଣ କି ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମା’ ବୃନ୍ଦା ରାୟଙ୍କ ଆପାର୍ଟମେଣ୍ଟ୍‌ରେ କିଛିଦିନ ପୂର୍ବରୁ ନିଆଁ ଲାଗିଯାଇଥିଲା। ତେବେ ମା’ଙ୍କ ଘରେ ଯେବେଠାରୁ ଏହି ଦୁର୍ଘଟଣା ଘଟିଛି, ସେବେଠାରୁ ଝିଅ ଐଶ୍ୱର୍ଯ୍ୟା ନିଜ ମା’ଙ୍କୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଯାହାଫଳରେ କି ଐଶ୍‌ ଚାହୁଁଛନ୍ତି ଯେ ମା’ ବୃନ୍ଦା ଏବେ ତାଙ୍କ ସହିତ ତଥା ବଚ୍ଚନ ପରିବାରରେ ରୁହନ୍ତୁ ବୋଲି!

ଏକ ଅନ୍‌ଲାଇନ୍‌ ମିଡିିଆର ପୋର୍ଟାଲ୍‌ ମୁତାବିକ୍‌,ଐଶ୍ୱର୍ଯ୍ୟାଙ୍କର ଜଣେ ସଂପର୍କୀୟ ଜଣାଇଛନ୍ତି ଯେ ବୃନ୍ଦାଙ୍କ ଆପାର୍ଟମେଣ୍ଟ୍‌ ମଧ୍ୟରେ ଏକାକୀ ରହିବାଟା ଝିଅ ଐଶ୍ୱର୍ଯ୍ୟା ଏବଂ ଜ୍ୱାଇଁ ଅଭିଷେକ୍‌ଙ୍କୁ ଚିନ୍ତାରେ ପକାଉଛି। ଏହି କାରଣକୁ ନେଇ ସେମାନେ ମା’ ବୃନ୍ଦା ରାୟଙ୍କୁ ସେମାନଙ୍କ ସହିତ ରହିବାକୁ ମନାଉଛନ୍ତି। ହେଲେ, ଐଶ୍‌ଙ୍କ ମା’ ବୃନ୍ଦ ରାୟଙ୍କୁ ଝିଅ ଘରେ ରହିବାକୁ ସଙ୍କୋଚ ଲାଗୁଛି।

ଆପଣଙ୍କ ସୂଚନା ଲାଗି ଜଣାଉଛୁ, ଏହି ବର୍ଷ ଆରମ୍ଭରେ ହିଁ ଐଶ୍ୱର୍ଯ୍ୟାଙ୍କ ପିତା କୁଷ୍ଣରାଜ୍‌ ରାୟଙ୍କର ନିଧନ ହୋଇଥିଲା। ଯାହାପରେ କି ବୃନ୍ଦା ଏହି ଘରେ ମଧ୍ୟରେ ଏକାକୀ ରହୁଅଛନ୍ତି।

ସମ୍ବନ୍ଧିତ ଖବର