ଐଶ୍ୱର୍ଯ୍ୟାଙ୍କ ସମ୍ମୁଖରେ ଅଭିଷେକଙ୍କୁ ମିଳିଲା ଆଉ ଜଣଙ୍କ ଚୁମ୍ବନ

0

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ଏବଂ ଅଭିଷେକ ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଉଥିବା ଦୃଶ୍ୟ ରହିଛି। ଭିଡିଓରେ ଅଭିନେତ୍ରୀ ତଥା ଅଭିଷେକ ବଚ୍ଚନଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ ଅତ୍ୟଧିକ ମଦ ନିଶାରେ ଐଶ୍ୱର୍ଯ୍ୟାଙ୍କ କାନ୍ଧରେ ସଞ୍ଜୟ ହାତ ପକାଇଥିବାର ମଧ୍ୟ ଦେଖାଯାଉଛି। ଏହି ସମୟରେ ସଞ୍ଜୟ ଦତ୍ତ ଅଭିଷେକଙ୍କୁ ହଠାତ ଚୁମ୍ବନ ଦେବାକୁ ଆରମ୍ଭ କରନ୍ତି ଏବଂ ଏହି ସମୟରେ ଅଭିଷେକ ମଧ୍ୟ ତାଙ୍କୁ ଚୁମ୍ବନ ଦିଅନ୍ତି। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ନିଜକୁ ଅସହଜ ମନେ କରି ସେଠାରୁ ଚାଲିଆସନ୍ତି। ଅଭିଷେକଙ୍କ ଘରେ ଏକ ପାର୍ଟି ଥିବା ବେଳେ ଏଭଳି ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଥିଲା। ଏହି ସମୟରେ ସଞ୍ଜୟ ଦତ୍ତ ମଦ ନିଶାରେ ଚୁର ଥିଲେ ଏବଂ ତାଙ୍କୁ ସମ୍ଭାଳିବାକୁ ଯାଇ ଏଭଳି କିଛି ମିଡିଆ ନଜରକୁ ଆସିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.