ଇନ୍‌ଷ୍ଟା ଜଏନ୍‌ କଲେ ନୀଳନୟନା: ପ୍ରଥମ ପୋଷ୍ଟ୍‍ରେ କିଏ? ସ୍ୱାମୀ, ଝିଅ, ନିଜେ ନାଁ ନବବିବାହିତା ସୋନମ?

ମୁମ୍ବାଇ: ଅଭିନେତ୍ରୀ ତଥା ବଚ୍ଚନବଧୂ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଶୁକ୍ରବାର ପ୍ରଥମକରି ଇନ୍‌ଷ୍ଟାଗ୍ରାମ୍‌ରେ ଜଏନ୍‌ କରିଛନ୍ତି। ପୂର୍ବରୁ ସେ କୌଣସି ସୋସିଆଲ୍‌ ସାଇଟ୍‌ରେ ସକ୍ରିୟ ନଥିଲେ। ଇନ୍‌ଷ୍ଟାଗ୍ରାମ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ ଡେବ୍ୟୁ। ଇନ୍‌ଷ୍ଟାରେ ସେ ଏପର୍ଯର୍୍ୟନ୍ତ କୌଣସି ଫଟୋଗ୍ରାଫ୍‌ ଦେଇନାହାନ୍ତି। ଇନ୍‌ଷ୍ଟାରେ ଜଏନ୍‌ କରିବା ସମୟରେ ସେ ତାଙ୍କ ଝିଅ ଅରାଧ୍ୟା ସହ ବିମାନରେ ଥିବା ହେତୁ ଫଟୋ ସେୟାର୍‌ କରିପାରିନାହାନ୍ତି ବୋଲି ପ୍ରଶଂସକ ଅନୁମାନ ଲଗାଇଛନ୍ତି।

ବିଳମ୍ବରେ ହେଉ ପଛେ ଐଶ୍ୱର୍ଯ୍ୟା ଯେତେବେଳେ ଇନ୍‌ଷ୍ଟାରେ ନଜର ଆସି ସାରିଲେଣି ତାଙ୍କର ପ୍ରଥମ ପୋଷ୍ଟ୍‍ କ’ଣ ରହିବ ବୋଲି ପ୍ରଶଂସକଙ୍କ ମନରେ ଉତ୍ସୁକତାର ସୀମା ନାହିଁ। ନୀଳନୟନା ତାଙ୍କର ପ୍ରଥମ ପୋଷ୍ଟ୍‍ରେ ସୋନମଙ୍କ ବାହାଘର ଫଟୋ ଅପ୍‌ଲୋଡ୍‌ କରିପାରନ୍ତି ବୋଲି କେହି କେହି ଅନୁମାନ ଲଗାଇଥିବା ବେଳେ ଆଉ କେହି କହୁଛନ୍ତି ସେ ତାଙ୍କ ଅଲିଅଳୀ ଝିଅ ଆରାଧ୍ୟାଙ୍କ ଫଟୋ ବି ଦେଇପାରନ୍ତି। ପତି ଅଭିଷେକ ବଚ୍ଚନ କିମ୍ବା ଶଶୁର ଅମିତାଭ ବଚ୍ଚନଙ୍କ ଫଟୋ ଦେବା ବି କିଛି ଆଶ୍ଚର୍ଯ୍ୟ କଥା ନୁହେଁ। କାହିଁକି ନା , ସମସ୍ତେ ଜାଣନ୍ତି ଯେ ବଚ୍ଚନ ବୋହୂ ସ୍ୱାମୀଙ୍କ ପରି ଶଶୁରଙ୍କର ବି ଲାଡଲୀ।

ଐଶ୍ୱର୍ଯ୍ୟାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ ନାଁ ରହିଛି “aishwaryaraibachchan_arb”। ଉଲ୍ଲେଖଯୋଗ୍ୟ, ଐଶ୍ୱର୍ଯ୍ୟା ଗୁରୁବାର ରାତିରେ କ୍ୟାନିସ୍‌ ଫିଲ୍ମ ଫେଷ୍ଟିଭାଲ ଉତ୍ସବରେ ଦେଖିବାକୁ ମିଳିଥିଲେ। ତେବେ ଏହି ଉତ୍ସବର ଫଟୋଟିଏ ପାଇଁ ବି ପ୍ରଶଂସକଙ୍କ ଆଶା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଐଶ୍ୱର୍ଯ୍ୟାଙ୍କ କ୍ୟାନିସ୍‌ ଫେଷ୍ଟିଭାଲ୍‌ରେ ୧୭ତମ ଉପସ୍ଥିତି ରହିଥିଲା।

ସମ୍ବନ୍ଧିତ ଖବର