ଝଡ଼କୁ ଖାତିର ନ କରି ସୁଟିଂ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ:ମୁମ୍ବାଇରେ ଓଖି ଝଡ଼ର ପ୍ରକୋପପାଇଁ ରାଜ୍ୟ ସରକାର ଯେଉଁଠି ସ୍କୁଲ,କଲେଜଠୁ ଆରମ୍ଭ କରି ଅଫିସ ଯାଏଁ ବନ୍ଦ ରଖିଥିଲେ ସେଠି ବଲିଉଡର ତିନି ଜଣ କଳାକାର କିନ୍ତୁ ସେଥିପ୍ରତି ଭୃକ୍ଷେପ ନ କରି ନିଜ ସିନେମାର ସୁଟିଂ ଜାରି ରଖି ଚର୍ଚ୍ଚାକୁ ଆସିଛନ୍ତି। ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାହା ହେଲା ‘ଫେନି ଖାନ୍‌’ । ଏହି ସିନେମାର ତିନି ମୁଖ୍ୟ କଳାକାର ହେଲେ ଅନୀଲ କପୁର, ରାଜ କୁମାର ରାଓ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।

ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଥିବା ଏକ ଷ୍ଟୁଡିଓରେ ଗତ ମଙ୍ଗଳବାର ଦିନ ସକାଳ ୯ଟାରୁ ରାତି ୯ଟା ଯାଏଁ ସୁଟିଂ କରିଥିଲେ। ଅବଶ୍ୟ ସେମାନେ ଇନଡୋର ସୁଟିଂ କରିଥିଲେ। ‘ଫେନି ଖାନ୍‌’ର ନିର୍ଦ୍ଦେଶକ ହେଲେ ଅତୁଲ ମାଞ୍ଜରେକର୍‌। ଓମ ପ୍ରକାଶ ମେହେରାଏହାର ପ୍ରଯୋଜକ। ଏକ ହଲିଉଡ ମୁଭି ‘ଏଭରିବଡ଼ି ଇଜ୍‌ ଫେମସ୍‌’ର ରିମେକ୍‌ ବୋଲି ଜଣାଯାଇଛି। ହମାରା ଦିଲ ଆପକେ ପାସ ହେ ପରେ ପୁଣି ଥରେ ଅନୀଲ କପୁର ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକାଠି କାମ କରୁଛନ୍ତି। ଅପରପକ୍ଷରେ‘ଫେନି ଖାନ୍‌’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ରୋମାନସ୍‌ ପ୍ରଥମ ଥରଲାଗି କରୁଛନ୍ତି ରାଜ କୁମାର ରାଓ ।

ସମ୍ବନ୍ଧିତ ଖବର