ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ବର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟା ବଚ୍ଚନ ୯ ବର୍ଷ ବୟସରେ ପାଦ ଥାପିଛନ୍ତି। ଆରାଧ୍ୟା ୨୦୧୧ ନଭେମ୍ବର ୧୬ରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ମା’ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇନ୍ଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି ଭାବପ୍ରବଣ ପୋଷ୍ଟଟିଏ ଲେଖିଛନ୍ତି। ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟରେ ପ୍ରେମ, ସ୍ନେହ ଓ ଆଶୀର୍ବାଦ ଭରିରହିଛି। ଐଶ୍ୱର୍ଯ୍ୟା ସେୟାର କରିଥିବା ଫଟୋରେ ଆରାଧ୍ୟା ଏବଂ ସ୍ୱାମୀ ଅଭିଷେକ ମଧ୍ୟ ନଜର ଆସିଛନ୍ତି। ତିନି ଘଣ୍ଟା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ପ୍ରଶଂସକ ପସନ୍ଦ କରିଛନ୍ତି। ଅନେକ ପ୍ରଶଂସକ ଆରାଧ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଏହି ପୋଷ୍ଟରେ ଐଶ୍ୱର୍ଯ୍ୟା ଲେଖିଛନ୍ତି ‘ମୋର ପ୍ରିୟ ଆରାଧ୍ୟା.. ତୁମକୁ ଜନ୍ମଦିନର ଅନେକ ଶୁଭେଚ୍ଛା। ତୁମେ ମୋ ଜୀବନକୁ ସୀମାହୀନ ଭଲପାଇବାରେ ଭରିଦେଇଛ। ମୁଁ ତୁମକୁ ସବୁବେଳେ ସୀମାହୀନ ଓ ନିସ୍ବାର୍ଥ ଭାବେ ଭଲପାଏ। ଭଗବାନ ତୁମର ମଙ୍ଗଳ କରନ୍ତୁ, ପ୍ରଭୁଙ୍କୁ ଧନ୍ୟବାଦ। ମୋର ପ୍ରତ୍ୟେକ ନିଶ୍ୱାସ ତୁମ ପାଇଁ। ତୁମକୁ ମୁଁ ବହୁତ ଭଲ ପାଏ। ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟରେ ଭାବପ୍ରବଣତା ସହ ମା’ର ସ୍ନେହ ସ୍ପଷ୍ଟ ବାରି ହେଉଛି।
ଆରାଧ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ ଐଶ୍ବର୍ଯ୍ୟା
/sambad/media/post_attachments/wp-content/uploads/2020/11/aradhya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)