ରାଜାମୌଲିଙ୍କ ଫିଲ୍ମରେ ନଜର ଆସିପାରନ୍ତି ଐଶ୍ୱର୍ଯ୍ୟା!

 

ମୁମ୍ବାଇ: ବଲିଉଡର ସୁନ୍ଦର ଅଭିନେତ୍ରୀ ତଥା ବିଗ ବି ଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଚର୍ଚ୍ଚାରେ ଅଛନ୍ତି | ବେଳେବେଳେ ଐଶ୍ୱର୍ଯ୍ୟାଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୁଏ ଏବଂ ବେଳେବେଳେ ତାଙ୍କ ବିବୃତ୍ତି ଚର୍ଚ୍ଚାରେ ଥାଏ | କେବଳ ଦେଶରେ ନୁହେଁ ବରଂ ନିଜ ସୌନ୍ଦର୍ଯ୍ୟ ଏବଂ ପ୍ରତିଭା ସହିତ ସମସ୍ତଙ୍କ ହୃଦୟ ଜିତିଥିବା ଐଶ୍ୱର୍ଯ୍ୟାଙ୍କୁ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି |

ତେବେ ଆରଆରଆର ଏବଂ ବାହୁବଳୀ ଭଳି ଫିଲ୍ମର ଖ୍ୟାତନାମା ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି | ଏସ୍ ରାଜାମୋୖଲି ଆରଆରଆର ଏବଂ ବାହୁବଲୀ ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି | ଏହା ଆଲୋଚନା ହୋଇଛି ଯେ ସେ ଖୁବ୍ ଶୀଘ୍ର ଐଶ୍ୱର୍ଯ୍ୟା ରାୟଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି |

ଏବେ ହାତରେ ଅଛି ଏସବୁ ସାଉଥ୍ ଫିଲ୍ମ

ଖୁବ୍ ଶୀଘ୍ର ଐଶ୍ୱର୍ଯ୍ୟା ରାୟ ଫିଲ୍ମ ପୋନିୟିନ୍ ସେଲଭାନ୍ ରେ ମୁଖ୍ୟ ଭୂମିକାରେ ନଜର ଆସିବେ | ଏହି ଚଳଚ୍ଚିତ୍ରଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ | ପୋନିୟିନ୍ ସେଲଭାନରେ ଐଶ୍ୱର୍ଯ୍ୟାଙ୍କୁ ଏକ ଡବଲ୍ ରୋଲରେ ଦେଖିବାକୁ ମିଳିବ | ଐଶର୍ଯ୍ୟା ଏହି ଚଳଚ୍ଚିତ୍ରରେ ମନ୍ଦାକିନୀ ଏବଂ ନନ୍ଦିନୀଙ୍କ ଡବଲ୍ ଭୂମିକାରେ ଅଭିନୟ କରିବେ।

ଏହି ଫିଲ୍ମ ବିଷୟରେ ଅଭିନେତ୍ରୀ କହିଥିଲେ, ‘ମଣିରତ୍ନମ ସାରଙ୍କ ଫିଲ୍ମରେ କାମ କରିବାକୁ ମୁଁ ବହୁତ ଖୁସି | ଏହା ପରେ, ଐଶ୍ୱର୍ଯ୍ୟା ସୁପରଷ୍ଟାର ରଜନୀକାନ୍ତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାଇଭର୍ 169 ରେ ନଜର ଆସିବେ |

ସମ୍ବନ୍ଧିତ ଖବର